ନୂଆଦିଲ୍ଲୀ : ଭୋଡାଫୋନ୍ ଇଣ୍ଡିଆ ପକ୍ଷରୁ କମ୍ ବିଲ୍ ଗ୍ୟାରେଣ୍ଟି, ମାଗଣା ମୋବାଇଲ୍ ବୀମା, ଅସୀମିତ ଅନ୍ତର୍ଜାତିକ ରୋମିଂ ସୁବିଧା ଓ ଅତୁଳନୀୟ ମନୋରଂଜନ ବିଷୟବସ୍ତୁ ସହିତ ସବୁଠୁ ସ୍ମାର୍ଟ ପୋଷ୍ଟପେଡ୍ ପ୍ଲାନ୍ ଘୋଷଣା କରାଯାଇଛି । ନୂଆ ଭୋଡାଫୋନ୍ ରେଡ୍ ବିଷୟରେ ଅଭନୀଶ ଖୋସ୍ଲା, ସହକାରୀ ନିର୍ଦେଶକ-କଂଜ୍ୟୁମର ବିଜନେସ, ଭୋଡାଫୋନ୍ ଇଣ୍ଡିଆ କହିଛନ୍ତି ଯେ, ଆମ ଗ୍ରାହକଙ୍କ ମନୋରଂଜନ, ଯାତାୟାତ ଓ ସ୍ମାର୍ଟଫୋନ୍ ସଂପର୍କିତ ଆବଶ୍ୟକତା ପାଇଁ ସଦ୍ୟତମ ଭୋଡାଫୋନ୍ ରେଡ୍ ପୋଷ୍ଟପେଡ୍ ପ୍ଲାନ୍ ଘୋଷଣା କରିବ ଭୋଡାଫୋନ୍ ଇଣ୍ଡିଆ ବହୁତ ଉତ୍ସାହିତ। ମାଗଣା ମୋବାଇଲ୍ ବୀମା ଓ କମ୍ ବିଲ୍ ଗ୍ୟାରେଣ୍ଟି ଭୋଡାଫୋନ୍ର ଗ୍ରାହକ ପ୍ରଥମ ଦର୍ଶନକୁ ପ୍ରତିଫଳିତ କରୁଛି । ଏହାର ସବୁ ପ୍ରକାର ଉଦ୍ୟମର କେନ୍ଦ୍ରରେ ରହିଛନ୍ତି ଗ୍ରାହକ। ଶିଳ୍ପର ପ୍ରଥମ ବିଲ୍ଗ୍ୟାରେଣ୍ଟି ବୈଶିଷ୍ଟ୍ୟକୁ ଏହା ପ୍ରଦାନ କରୁଛି। ଗ୍ରାହକଙ୍କ ପାଇଁ ସର୍ବନିମ୍ନ ସମ୍ଭବ ବିଲ୍ ଚୟନ କରାଯାଉଛି ଯାହା ସେମାନଙ୍କୁ ସୁହାଇବ। ରେଡ୍ ପୋଷ୍ଟ୍ପେଡ୍ ଗ୍ରାହକମାନେ ବିଲ୍କୁ ଦେଖି କେବେ ଚକିତ ହେବେ ନାହିଁ। ଗ୍ରାହକମାନେ ଏବେ ନିଜର ବନ୍ଧୁ ଓ ପରିଜନଙ୍କୁ ଏକଜୁଟ କରିପାରିବେ ଓ ଏଥିରେ ମୋଟ ରେଣ୍ଟାଲ ଉପରେ ୨୦% ସଂଚୟର ଗ୍ୟାରେଣ୍ଟି ରହିଛି। ଗୋଟିଏ ବିଲ୍ରେ ସମସ୍ତଙ୍କ ବିଲ୍ ପ୍ରଦାନ କରିହେବାର ନମନିୟତା ରହିଛି। ଏହା ସହିତ ବିନା ଅତିରିକ୍ତ ମୂଲ୍ୟରେ ଆମାଜନ୍ ପ୍ରାଇମ୍ର ୧୨ ମାସର ସବ୍ସ୍କ୍ରିପ୍ସନ୍ ମାଗଣାରେ ମିଳିବ। ରେଡ୍ ପୋଷ୍ଟ୍ପେଡ୍ ଗ୍ରାହକମାନେ ମାଗଣାରେ ୧୨ ମାସ ପାର୍ଯ୍ୟନ୍ତ ଭୋଡାଫୋନ୍ ପ୍ଲେ ପାଇବେ। ଗ୍ରାହକମାନେ ଦିନକୁ ୧୮୦ ଟଙ୍କାର ପ୍ୟାକ୍ରେ ୨୦ଟି ଦେଶରେ ଅସୀମିତ ମାଗଣା କଲ୍ କରିପାରିବେ ଓ ଡାଟା ବ୍ୟବହାର କରିପାରିବେ। ରେଡ୍ ମନୋରଂଜନ+ପ୍ଲାନ୍କୁ ଯେଉଁ ଗ୍ରାହକମାନେ ଚୟନ କରିବେ ସେମାନଙ୍କୁ ମାଗଣାରେ ମୋବାଇଲ୍ ବୀମା ପ୍ରଦାନ କରାଯିବ।
ଭୋଡାଫୋନ୍ ଘୋଷଣା କଲା ସ୍ମାର୍ଟ ପୋଷ୍ଟପେଡ୍ ପ୍ଲାନ୍, ଏହାର ଫାଇଦା କଣ ଜାଣନ୍ତୁ
/sambad/media/post_attachments/wp-content/uploads/2018/03/23-1456209963-vodafone-24-1472033938.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)