ଭୋଡାଫୋନ୍‌ ଆଣିବ ଆଇଟେଲ୍‌ ଫିଚର୍‌ ଫୋନ୍‌

ନୂଆଦିଲ୍ଲୀ: ଭୋଡାଫୋନ୍‌ ଏବଂ ଆଇଟେଲ୍‌ ମୋବାଇଲ୍‌ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଭୋଡାଫୋନ୍‌ ପକ୍ଷରୁ ଏହାର ଗ୍ରାହକମାନଙ୍କୁ ଆଇଟେଲ୍‌ର ଫିଚର ଫୋନ୍‌ ଯୋଗାଇ ଦିଆଯିବ। ଏହି ଅଫରରେ ଗ୍ରାହକମାନେ ୯୦୦ ଟଙ୍କାର ନିଶ୍ଚିତ କ୍ୟାସ୍‌୍‌ବ୍ୟାକ୍‌ ଅଫର ପାଇବେ। ଏହି ଅଫର କଂପାନି ଉଭୟ ନୂଆ ଏବଂ ପୁରୁଣା ଗ୍ରାହକଙ୍କ ପାଇଁ ଚଳିତ ମାସ ୨୫ରୁ ଉପଲବ୍ଧ ହୋଇଛି। ନୂତନ ଫୋନ କ୍ରୟ ପରେ ଗ୍ରାହକମାନଙ୍କୁ ମାସକୁ ୧୦୦ରୁ ଅଧିକ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ ଏବଂ ସେମାନେ ଭୋଡାଫୋନ ପକ୍ଷରୁ ୫୦ ଟଙ୍କାର ଟକ୍‌ଟାଇମ୍‌ ପାଇବେ। ଅଧିକର ରିଚାର୍ଜ କରିିବାକୁ ପଡିବ ଏବଂ ଏଥିରେ ସେମାନେ ଭୋଡାଫୋନ ପକ୍ଷରୁ ୫୦ ଟଙ୍କାର ଟକଟାଇମ ପାଇବେ ବୋଲି ଆଇଟେଲ ମୋବାଇଲ ଇଣ୍ଡିଆର ମୁଖ୍ୟ ପରିଚାଳନା ଅଧିକାରୀ ସୁଧିର କୁମାର କହିଛନ୍ତି।

ସମ୍ବନ୍ଧିତ ଖବର