ମହଙ୍ଗା ହେଉଛି ମୋବାଇଲ ସେବା, ଏୟାରଟେଲ ପରେ ଭୋଡ଼ାଫୋନ-ଆଇଡିଆ ବି ପ୍ରିପେଡ୍ ଦର ବଢାଇଲା

ନୂଆଦିଲ୍ଲୀ : ଦେଶରେ ମହଙ୍ଗା ହୋଇଚାଲିଛି ଟେଲିଫୋନ ସେବା । ଗତ କାଲି ଏୟାରଟେଲ ପକ୍ଷରୁ ନିଜର ବିଭିନ୍ନ ପ୍ରି-ପେଡ୍ ପ୍ଲାନର ଦରବୃଦ୍ଧି କରାଯିବା ପରେ ଆଜି ଆଉ ଏକ ଟେଲିକମ୍ ଅପରେଟର ଭୋଡ଼ାଫୋନ-ଆଇଡିଆ ବି ନିଜର ପ୍ରିପେଡ୍ ତାରିଫ ୨୫ ପ୍ରତିଶତ ପର୍ୟ୍ୟନ୍ତ ବୃଦ୍ଧି କରିଛି । ଏହି ବର୍ଦ୍ଧିତ ଦର ନଭେମ୍ବର ୨୫ରୁ ଲାଗୁ ହେବ ବୋଲି କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି ।

କମ୍ପାନି ପକ୍ଷରୁ ଆଜି ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ୭୯ ଟଙ୍କା ପ୍ରିପେଡ ପ୍ୟାକର ମୂଲ୍ୟ ଏଣିକି ୯୯ ଟଙ୍କା ହେବ । ସେହିପରି ୧୪୯ ଟଙ୍କା ମୂଲ୍ୟର ପ୍ୟାକର ମୂଲ୍ୟ ୧୭୯କୁ ବୃଦ୍ଧି କରାଯାଇଛି । ୨୧୯ ଟଙ୍କା ମୂଲ୍ୟର ପ୍ରିପେଡ୍ ପ୍ୟାକର ମୂଲ୍ୟ ୨୬୯ ଟଙ୍କାକୁ ବୃଦ୍ଧି ପାଇଛି । ୨୪୯ ଟଙ୍କା ମୂଲ୍ୟର ପ୍ରିପେଡ୍ ପ୍ୟାକର ମୂଲ୍ୟ ୨୯୯ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୩୯୯ ଟଙ୍କିଆ ପ୍ୟାକର ମୂଲ୍ୟ ୪୭୯ ଟଙ୍କାକୁ ବୃଦ୍ଧି କରାଯାଇଛି । ୪୪୯ ଟଙ୍କା ମୂଲ୍ୟର ପ୍ରିପେଡ୍ ପ୍ୟାକର ମୂଲ୍ୟ ଏବେ ୫୩୯ ଟଙ୍କାକୁ ବୃଦ୍ଧି ପାଇଛି ।

ଏହି ନୂଆ ଦର ଦ୍ବାରା କମ୍ପାନିର ଉପଭୋକ୍ତା ପିଛା ରାଜସ୍ବ (ଆର୍ପୁ) ବୃଦ୍ଧି ପାଇବ । ଏହା ଦ୍ବାରା ଟେଲିକମ ଶିଳ୍ପ ସମ୍ମୁଖୀନ ହେଉଥିବା ଆର୍ଥିକ ସଂକଟ ଦୂର ହେବ ବୋଲି କମ୍ପାନି କହିଛି ।

 

ସମ୍ବନ୍ଧିତ ଖବର