ଭୋଡାଫୋନ୍‌ ଆଇଡିଆ ଓ ପେଟିଏମ୍‌ ସବବନ୍ଧନ : ପ୍ରିପେଡ ଗ୍ରାହକ ପାଇବେ ଆକର୍ଷଣୀୟ କ୍ୟାସବ୍ୟାକ୍‌

ଭୁବନେଶ୍ୱର: ଭାରତର ସର୍ବବୃହତ ଟେଲିକମ୍‌ ସେବା ପ୍ରଦାନକାରୀ ଭୋଡାଫୋନ୍‌ ଆଇଡିଆ ଲିମିଟେଡ୍‌ ପକ୍ଷରୁ ଭାରତର ସର୍ବବୃହତ ଡିଜିଟାଲ୍‌ ପେମେଣ୍ଟ କଂପାନି ପେଟିଏମ୍‌ ସହିତ ସହଯୋଗିତା ଘୋଷଣା କରାଯାଇଛି। ଏହି ବୁଝାମଣା ଜରିଆରେ ଭୋଡଫୋନ୍‌ ଓ ଆଇଡିଆର ଗ୍ରାହକମାନେ ସ୍ୱତନ୍ତ୍ର କ୍ୟାସ୍‌ବ୍ୟାକ୍‌ ଅଫର୍‌ ଓ ଆକର୍ଷଣୀୟ ଭାଉଚର୍‌ ପେଟିଏମ୍‌ ଜରିଆରେ ପାଇପାରିବେ। ପେଟିଏମ୍‌ ଜରିଆରେ ପ୍ରଥମ ଥର ରିଚାର୍ଜ କରୁଥିବା ଭୋଡାଫୋନ୍‌ ଓ ଆଇଡିଆ ଗ୍ରାହକଙ୍କୁ ୧୪୯ ଟଙ୍କା ରିଚାର୍ଜ ଉପରେ ନିଶ୍ଚିତ ୨୫ ଟଙ୍କାର କ୍ୟାସବ୍ୟାକ୍‌ ମିଳିବ ଓ ପେଟିଏମ୍‌ର ପୁରୁଣା ବ୍ୟବହାରକାରୀମାନେ ୨୦ ଟଙ୍କାର କ୍ୟାସବ୍ୟାକ୍‌ ଉପଭୋଗ କରିପାରିବେ। ପୁନଶ୍ଚ, ଗ୍ରାହକମାନେ ପେଟିଏମ୍‌ ତରଫରୁ ୩୭୫ ଟଙ୍କାର ଭାଉଚର୍‌ ପାଇବେ ଯାହାକୁ ସେମାନେ ସିନେମା ଟିକଟ କିଣିବା ଓ ପେଟିଏମ୍‌ ମଲ୍‌ରେ ସପିଙ୍ଗ୍‌ କରିବା ପାଇଁ ବ୍ୟବହାର କରିପାରିବେ । ଭୋଡାଫୋନ୍‌ ଆଇଡିଆ ଏକ ବାସ୍ତବ ଡିଜିଟାଲ୍‌ ଇଣ୍ଡିଆ ପାଇଁ ପ୍ରତିଶ୍ରୁତିବଦ୍ଧ। କଂପାନି ନିୟୁତାଧିକ ଗ୍ରାହକଙ୍କ ସଂଯୋଗ ପ୍ରଦାନ କରିବା, ଡିଜିଟାଲ୍‌ ବିପ୍ଲବରେ ଯୋଗ ଦେବା ଓ ଏକ ଉନ୍ନତ ଭବିଷ୍ୟତ ଗଠନ କରିବାକୁ ଚାହୁଛି। ଏହା ନିଜର ଦୁଇ ଲୋକପ୍ରିୟ ଓ ପସନ୍ଦର ବ୍ରାଣ୍ଡ୍‌ ଭୋଡାଫୋନ୍‌ ଓ ଆଇଡିଆ ଜରିଆରେ ଭାରତକୁ ଡିଜିଟାଲ୍‌ ଅର୍ଥନୀତି ଆଡ଼କୁ ଅଗ୍ରସର କରାଯାଉଛି ।

ସମ୍ବନ୍ଧିତ ଖବର