ଭୋଡାଫୋନ୍-ଆଇଡିଆ ଗ୍ରାହକଙ୍କ ପାଇଁ ଖୁସି ଖବର, ଏଣିକି ଯେକୌଣସି ନେଟୱାର୍କକୁ କରିହେବ ମାଗଣା କଲ୍
ନୂଆଦିଲ୍ଲୀ: ଭୋଡାଫୋନ୍ ଏବଂ ଆଇଡିଆ ଗ୍ରାହକଙ୍କ ପାଇଁ ଖୁସି ଖବର। ଏଣିକି ଯେକୌଣସି ନେଟୱାର୍କକୁ ଗ୍ରାହକମାନେ ମାଗଣାରେ ଫୋନ କରି ପାରିବେ। ଟେଲିକମ୍ ସେକ୍ଟରରେ ଡାଟା ଏବଂ କଲ୍ ପ୍ୟାକକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପରେ ନିଜ ଟ୍ୟାରିଫ ପ୍ଲାନକୁ ପୁଣି ବଦଳାଇଛନ୍ତି ଭୋଡାଫୋନ୍-ଆଇଡିଆ। କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି ଯେ, ଏଣିକି ଅନ୍ୟ ନେଟୱାର୍କକୁ ଅସୀମିତ କଲିଂ ସୁବିଧା ପାଇପାରିବେ ଗ୍ରାହକ।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ଡାଟା ଟାରିଫରେ ବୃଦ୍ଧି ପରେ ଟେଲିକମ୍ ଇଣ୍ଡଷ୍ଟ୍ରିରେ ଏକ ବଡ଼ ଧରଣର ପରବର୍ତନ ଦେଖାଯାଇଥିଲା। ଡାଟା ପ୍ୟାକରେ ବୃଦ୍ଧି କରାଯିବା ସହ ଅସୀମିତ କଲ୍ ପ୍ଲାନକୁ ସୀମିତ କରାଯାଇଥିଲା। ଏହି ପ୍ଲାନରେ ଗ୍ରାହକଙ୍କ ପାଇଁ ମାଗଣା କଲିଂ ବଦଳରେ ଅନ୍ୟ ନେଟୱାର୍କକୁ କଲ୍ କିଛି ମିନିଟ୍ ମଧ୍ୟରେ ସୀମିତ କରାଯାଇଥିଲା । ୨୮ ଦିନିଆ ପ୍ଲାନରେ ଗ୍ରାହକଙ୍କୁ ୧୦୦୦ ମିନିଟର ଫ୍ରି କଲିଂ ସୁବିଧା ଦିଆଗଲା। କିନ୍ତୁ ବୈଧତା ଶେଷ ହେବା ପୂର୍ବରୁ ଯଦି ୧୦୦୦ମିନିଟ ଶେଷ ହୋଇଯାଉଥିଲା, ତେବେ ଗ୍ରାହକଙ୍କୁ ଆଉ ଥରେ ଟକ୍ ଟାଇମ୍ ରିଚାର୍ଜ କରିବାକୁ ପଡ଼ୁଥିଲା। କିନ୍ତୁ ଏହି ନୂଆ ଘୋଷଣା ପରେ ଏଣିକି ଭୋଡାଫୋନ୍ ଏବଂ ଆଇଡିଆ ଗ୍ରାହକ ପୁଣି ଥରେ ଅସୀମିତ ଫ୍ରି କଲିଂର ସୁବିଧା ପାଇପାରିବେ।
ଏହା ପୂର୍ବରୁ ଭୋଡାଫୋନ୍ ଏବଂ ଆଇଡିଆ ସମେତ ଅନ୍ୟ କେତେକ କମ୍ପାନି ନିଜର ପ୍ରିପେଡ୍ ଟାରିଫ୍ ପ୍ଲାନରେ ପରିବର୍ତନ କରିଥିଲେ, ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏପରିକି ସୋସିଆଲ ମିଡିଆରେ ମଧ୍ୟ ଟେଲିକମ୍ କମ୍ପାନି ଗୁଡିକର ଏଭଳି ନିଷ୍ପତିକୁ ନେଇ ପ୍ରଶ୍ନ ଉଠାଇଥିଲେ ଗ୍ରାହକ। ଆଉ ଶେଷରେ ଗ୍ରାହକଙ୍କ ମନ ଜିଣିବାକୁ ପୁଣି ଥରେ କରାଯାଇଛି ବଡ଼ ଘୋଷଣା।