ଭୁବନେଶ୍ୱର : ଭାରତର ସର୍ବବହତ ଟେଲିକମ୍ କଂପାନି ଭୋଡାଫୋନ୍ ଆଇଡିଆ ଲିମିଟେଡ୍ ପକ୍ଷରୁ ସିଟି ବ୍ୟାଙ୍କ ସହିତ ସ୍ୱତନ୍ତ୍ର ସହଯୋଗିତା କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି ଯାହା ପୋଷ୍ଟପେଡ୍ ଗ୍ରାହକମାନଙ୍କୁ ସ୍ୱତନ୍ତ୍ର ମୂଲ୍ୟ ପ୍ରଦାନ କରିବ। ପ୍ରଥମ ଧରଣର ଅଫର ଭାବେ ଏଥିରେ ଭୋଡାଫୋନ୍ ଓ ଆଇଡିଆର ପୋଷ୍ଟପେଡ୍ ଗ୍ରାହକମାନେ ମାସିକ ରେଂଟାଲ୍ ବିଲ୍ରେ ୫୦% ପର୍ଯ୍ୟନ୍ତ ରିହାତି ହାସଲ କରିପାରିବେ। ଏହି ଅଫର ହାସଲ କରିବାକୁ ହେଲେ ଗ୍ରାହକଙ୍କୁ କେବଳ ଏକ ନୂଆ ସିଟି ବ୍ୟାଙ୍କ କ୍ରେଡିଟ୍ କାର୍ଡ ନିମନ୍ତେ ଆବେଦନ କରିବାକୁ ହେବ ଓ କାର୍ଡ ଜାରି ହେବାର ୬୦ ଦିନ ଭିତରେ ୪୦୦୦ ଟଙ୍କା ଖର୍ଚ କରିବାକୁ ପଡ଼ିବ। ଭୋଡାଫୋନ୍ ଓ ଆଇଡିଆର ଯେଉଁ ଗ୍ରାହକମାନେ ଭୋଡାଫୋନ୍ ରେଡ୍ ଓ ଆଇଡିଆ ନିର୍ବାଣ ବ୍ୟବହାର କରୁଛନ୍ତି ସେମାନେ ୩୯୯ ଟଙ୍କିଆ କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପ୍ଲାନ୍ ଉପରେ ସେମାନଙ୍କ ପୋଷ୍ଟପେଡ୍ ରେଣ୍ଟାଲ୍ରେ ବାର୍ଷିକ ୨୪୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ। ଏହି କ୍ୟାସବ୍ୟାକ୍ ୧୨ଟି ବିଲ୍ରେ ମାସିକ ୨୦୦ ଟଙ୍କା ଲେଖାଏଁରେ ପ୍ରଦାନ କରାଯିବ। ଭୋଡାଫୋନ୍ ଓ ଆଇଡିଆର ପୋଷ୍ଟପେଡ୍ ଗ୍ରାହକମାନେ ମାଇଁ ଭୋଡାଫୋନ୍ ଆପ୍/ ମାଇଁ ଆଇଡିଆ ଆପ୍ ଓ ଭୋଡାଫୋନ୍ ୱେବସାଇଟ୍ କିମ୍ବା ସିଟି ବ୍ୟାଙ୍କ ୱେବସାଇଟ୍ରେ ନୂଆ ସିଟି ବ୍ୟାଙ୍କ କ୍ରେଡିଟ୍ କାର୍ଡ ନିମନ୍ତେ ଆବେଦନ କରି ଏହି ଅଫର ହାସଲ କରିପାରିବେ।
ଭୋଡାଫୋନ୍ ଓ ଆଇଡିଆର ଗ୍ରାହକମାନେ ମାସିକ ବିଲ୍ ଉପରେ ୫୦% ସଂଚୟ କରିପାରିବେ, କିପରି ଜାଣନ୍ତୁ
/sambad/media/post_attachments/wp-content/uploads/2018/09/voda-idea.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)