ଭୁବନେଶ୍ୱର: ଭୋଡାଫୋନ୍ ଏବଂ ଫ୍ଲିପ୍କାର୍ଟ ମିଳିତ ଭାବେ ଗ୍ରାହକମାନଙ୍କୁ ୯୯୯ ଟଙ୍କାରେ ୪ଜି ସ୍ମାର୍ଟଫୋନ୍ ପ୍ରଦାନ କରିବେ। ଫ୍ଲିପ୍କାର୍ଟର ‘ମାଇଁଫାଷ୍ଟ୍୪ଜି ସ୍ମାର୍ଟଫୋନ୍’ ଅଭିଯାନରେ ଯେଉଁ ସବୁ ଫୋନ୍ ଉପଲବ୍ଧ ହେଉଛି ତାହାକୁ ଭୋଡାଫୋନ୍ ଗ୍ରାହକମାନେ ଖରିଦ କରି ଆକର୍ଷଣୀୟ କ୍ୟାସ୍ବ୍ୟାକ୍ ପାଇପାରିବେ। ଭୋଡାଫୋନ୍ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ୨୦୦୦ ଟଙ୍କାର କ୍ୟାସ୍ବ୍ୟାକ୍ ପ୍ରଦାନ କରାଯିବ। ତେବେ ଏହି କ୍ୟାସ୍ବ୍ୟାକ୍ ସୁବିଧା ପାଇବାକୁ ହେଲେ ଭୋଡାଫୋନ୍ ଗ୍ରାହକମାନଙ୍କୁ ୩୬ ମାସ ପର୍ଯ୍ୟନ୍ତ ପ୍ରତି ମାସରେ ଅତିକମରେ ୧୫୦ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ। ଭୋଡାଫୋନ୍ର ଏମ୍-ପେସା ଓ୍ଵାଲେଟ୍ରେ ଏହି କ୍ୟାସବ୍ୟାକ୍ ରାଶି ଜମା କରାଯିବ ଯାହାକୁ ଗ୍ରାହକମାନେ ନିଜ ସୁବିଧା ଡିଜିଟାଲ୍ ଉପାୟରେ କାରବାର କରିପାରିବେ ଅନ୍ୟଥା ଉଠାଇ ପାରିବେ।
ଫ୍ଲିପ୍କାର୍ଟ ସହ ମିଶି ଭୋଡାଫୋନ୍ ଆଣିବ ୯୯୯ ଟଙ୍କିଆ ୪ଜି ସ୍ମାର୍ଟଫୋନ୍
/sambad/media/post_attachments/wp-content/uploads/2018/01/xvodafone-4g-mobile-phone-now-selling-with-alluring-price-tag-starting-from-rs-999-1516773986.jpg.pagespeed.ic_.2bDOUpaOFv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)