ଜିଓ ,ଏୟାର୍‌ଟେଲ୍‌କୁ ଭୋଡ଼ାଫୋନ୍‌ର କଡ଼ା ଟକ୍କର!

ରିଲାଏନ୍ସ ଜିଓର ପ୍ରବେଶ ପରେ ଏବେ ଟେଲିକମ୍‌ ବଜାରରେ ଏକପ୍ରକାର ଡ଼ାଟାର ବର୍ଷଣ ହେବାରେ ଲାଗିଛି। ଏବେ ଏୟାର୍‌ଟେଲ୍‌,ଆଇଡ଼ିଆ ସମେତ ଦେଶର ସମସ୍ତ ବଡ଼ ବଡ଼ ଟେଲିକମ୍‌ କଂପାନିମାନେ ସେମାନଙ୍କର ନୂତନ ଅଫର୍‌ ଲଞ୍ଚ୍‌ କରିବାରେ ଲାଗିଛନ୍ତି। ତେବେ ଏନେଇ ଭୋଡ଼ାଫୋନ୍‌ ଟେଲିକମ୍‌ କଂପାନି ତାର ପ୍ରତିଯୋଗୀ ଟେଲିକମ୍‌ କଂପାନି ରିଲାଏନ୍ସ ଜିଓ ଏବଂ ଅନ୍ୟ କଂପାନିଙ୍କୁ ଟକ୍କର ଦେବାକୁ ତାହାର ଏକ ବଡ଼ ଅଫର୍‌ର ଲଞ୍ଚ୍‌ କରିଛି।ଆଗକୁ ଫେଷ୍ଟିଭାଲ୍‌ର ସିଜିନ୍‌କୁ ଆଖି ଆଗରେ ରଖି ଭୋଡ଼ାଫୋନ୍‌ ତାହାର ପ୍ରିପେଡ଼୍‍ ଉପଭୋକ୍ତାଙ୍କ ଲାଗି ୩୯୯ଟଙ୍କାର ଏହି ନୂତନ ଅଫର୍‌ ଲଞ୍ଚ୍‌ କରିଛି।

ଏଥିରେ ଭୋଡ଼ାଫୋନ୍‌ ଉପଭୋକ୍ତା ୩୯୯ଟଙ୍କାର ରିଚାର୍ଜ ପ୍ଲାନ୍‌ରେ ୬ ମାସ ପର୍ଯ୍ୟନ୍ତ ୯୦ ଜିବିର ଡ଼ାଟା ସହିତ ଅସୀମିତ ମାଗଣା କଲ୍‌ର ସୁବିଧା ବି ପାଇପାରିବେ। ତେବେ ଏହା ପୂର୍ବରୁ ଭୋଡ଼ାଫୋନ୍‌ କଂପାନି ପକ୍ଷରୁ ଉପଭୋକ୍ତାଙ୍କ ଲାଗି ୩୯୯ ଟଙ୍କାର ରିଚାର୍ଜରେ ୮୪ ଜିବିର ଡ଼ାଟା ସାଂଗକୁ ଅସୀମିତ କଲ୍‌ର ସୁବିଧା ମିଳୁଥିଲା। ତେବେ ଏହି ନୂତନ ଯୋଜନାଟି ଏବେ ପର୍ଯ୍ୟନ୍ତ ସମସ୍ତ ବ୍ୟବହାରୀଙ୍କଲାଗି ଉପଲବ୍ଧ ହୋଇନଥିବାବେଳେ,କିଛି ଉପଭୋକ୍ତାଙ୍କ ଲାଗି ଏହା ସ୍ପେସିଆଲ୍‌ ଅଫର୍‌ ଭାବରେ ଦିଆଯାଉଛି।

ତେବେ ଆପଣଙ୍କ ସୂଚନା ଲାଗି ଜଣାଉଛୁ କି,ଏୟାର୍‌ଟେଲ୍‌ ଏବଂ ରିଲାଏନ୍ସ ଜିଓଙ୍କ ଭଳି ପ୍ରତିଦ୍ୱନ୍ଦୀ କଂପାନିମାନେ ୩୯୯ଟଙ୍କାର ରିଚାର୍ଜ ପ୍ଲାନ୍‌ରେ ଗ୍ରାହକଙ୍କୁ ଏହି ସବୁ ସୁବିଧା ଯୋଗାଉଛି। ଏୟାର୍‌ଟେଲ୍‌ ତାର ଉପଭୋକ୍ତାଙ୍କ ଲାଗି ୩୯୯ଟଙ୍କାର ପ୍ଲାନ୍‌ର ରିଚାର୍ଜରେ ୨୮ ଦିନ ପର୍ଯ୍ୟନ୍ତ ୪ଜି ଉପଭୋକ୍ତାଙ୍କ ଲାଗି ପ୍ରତ୍ୟେକ ଦିନ ୧ଜିବି ଡ଼ାଟା ଏବଂ ଅନ୍ୟ ବ୍ୟବହାରକାରୀମାନଙ୍କ ଲାଗି ୧.୨୫ ଜିବିର ଡ଼ାଟା ଦେଉଛି। ଏଥିରେ ଅସୀମିତ କଲିଙ୍ଗ୍‌ ଏବଂ ଏସ୍‌ଟିଡ଼ି ରୋମିଙ୍ଗ୍‌ କଲ୍‌ସ ମଧ୍ୟ ସାମିଲ୍‌ ରହିଛି। ଆଉ ସେହିଠାରେ ହିଁ ରିଲାଏନ୍ସ ଜିଓ କଂପାନି ତାହାର ଉପଭୋକ୍ତାଙ୍କ ଲାଗି ୮୪ଦିନ ପର୍ଯ୍ୟନ୍ତ ୧ଜିବିର ଡ଼ାଟା ପ୍ରଦାନ କରୁଛି, ଯେଉଁଥିରେ କି ସାମିଲ୍‌ ରହିଛି ଅସୀମିତ କଲିଙ୍ଗ୍‌,ଏମ୍‌ଏମ୍‌ଏସ୍‌,ଜିଓ ଆପ୍‌ସ ଭଳି ଅନେକ ସୁବିଧା!

ସମ୍ବନ୍ଧିତ ଖବର