ରିଲାଏନ୍‌ସ ଜିଓକୁ ଟକ୍କର ଦେବ ଭୋଡାଫୋନ

ନୂଆଦିଲ୍ଲୀ : ଟେଲିକମ୍‌ ଜଗତରେ ଚହଳ ପକାଇଥିବା ରିଲାଏନ୍‌ସ ଜିଓକୁ ଟକ୍କର ଦେବା ପାଇଁ ଦେଶର ଅନ୍ୟାନ୍ୟ ଅଗ୍ରଣୀ କମ୍ପାନୀଗୁଡ଼ିକ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଦିନକୁ ଦିନ ନୂଆ ନୂଆ ଅଫର୍‌ ଘୋଷଣା କରୁଛନ୍ତି। ଗ୍ରାହକ କିପରି ତାଙ୍କ ସହ ବାନ୍ଧି ହୋଇରହିବେ ସେହି ଲକ୍ଷ୍ୟ ନେଇ ବିଏସଏନଏଲ ଠାରୁ ଆରମ୍ଭ କରି ଆଇଡିଆ, ଭୋଡାଫୋନ, ଏୟାରଟେଲ୍‌ ଆଦି କମ୍ପାନୀଗୁଡିକ କମ୍‌ ଟଙ୍କାରେ କଲିଙ୍ଗ୍‌ ଏବଂ ଡାଟା ପାଇଁ ଶସ୍ତାରୁ ଶସ୍ତା ପ୍ଲାନ୍‌ ଉପସ୍ଥାପନ କରୁଛନ୍ତି।

ଗ୍ରାହକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଭୋଡାଫୋନ ଇଣ୍ଡିଆ ଡାଟା ୟୁଜର୍ସମାନଙ୍କ ପାଇଁ ଏକ ଶସ୍ତା ପ୍ଲାନ ଆଣିଛି। ବର୍ତ୍ତମାନ ଭୋଡାଫୋନ କମ୍ପାନୀ ୨୧ ଟଙ୍କାର ଏକ ଇଣ୍ଟରେନଟ୍‌ ପ୍ଲାନ୍‌ ବଜାରରେ ଲଞ୍ଚ କରିଛି। ଏହି ଇଣ୍ଟରେନଟ୍‌ ପ୍ୟାକ୍‌ ଭୋଡାଫୋନର ପ୍ରିପେଡ୍‌ ୟୁଜର୍ସମାନଙ୍କ ପାଇଁ ରହିଛି, ଯେଉଁମାନେ ଦିନରେ ଅଧିକ ଡାଟା ବ୍ୟବହାର କରିଥାନ୍ତି।

ଏହି ପ୍ଲାନର ସମୟସୀମା କେବଳ ଏକ ଘଣ୍ଟା ପାଇଁ ରହିଛି। ୟୁଜର୍ସମାନେ କେବଳ ଏକ ଘଣ୍ଟା ପାଇଁ ଅନଲିମିଟେଡ୍‌ ଡାଟା ବ୍ୟବହାର କରିପାରିବେ। ତେବେ ଏହା ସହ କୌଣସି ପ୍ରକାର ଟକଟାଇମ୍‌ ସେବା ଉପଲବ୍ଧ ହେବ ନାହିଁ।

ସମ୍ବନ୍ଧିତ ଖବର