ଭୋଡାଫୋନ୍‌ର ଦିଓ୍ଵାଲି ଧମାକା ଅଫର

ଭୁବନେଶ୍ୱର: ଭୋଡାଫୋନ୍‌ ଇଣ୍ଡିଆ ପକ୍ଷରୁ ସ୍ୱତନ୍ତ୍ର ଭାବେ ଓଡ଼ିଶାବାସୀଙ୍କ ପାଇଁ ସ୍ୱତନ୍ତ୍ର ଦିଓ୍ଵାଲି ଧମାକା ଅଫର ଘୋଷଣା କରାଯାଇଛି। ପୁରୁଣା ଭୋଡାଫୋନ୍‌ ଗ୍ରାହକମାନେ ମାତ୍ର ୧୭୮ ଟଙ୍କାରେ ୨୮ ଦିନ ପାଇଁ ଅସୀମିତ କଥାବାର୍ତା ହୋଇପାରିବେ ଏବଂ ୧ ଜିବି ଡାଟା ଉପଭୋଗ କରିପାରିବେ। ଭୋଡାଫୋନ୍‌ର ନୂଆ ପ୍ରିପେଡ୍‌ ଗ୍ରାହକମାନେ ଏହି ସୁବିଧା ୧୭୬ ଟଙ୍କାରେ ହାସଲ କରିପାରିବେ। ଯେ କୌଣସି ହ୍ୟାଣ୍ଡସେଟ୍‌ରେ ଏହି ପ୍ଲାନ୍‌ ବ୍ୟବହାର କରାଯାଇପାରିବ।

ସମ୍ବନ୍ଧିତ ଖବର