ଟେକ୍ନୋର ଆଇ ସିରିଜ୍‌ ହ୍ୟାଣ୍ଡସେଟ ଉପରେ ୨୨୦୦ ଟଙ୍କାର କ୍ୟାସବ୍ୟାକ ଦେଉଛି ଭୋଡ଼ାଫୋନ

ନୂଆଦିଲ୍ଲୀ:  ଭାରତୀୟ ସ୍ମାର୍ଟଫୋନ କମ୍ପାନି ଟେକ୍ନୋ ପକ୍ଷରୁ ଭୋଡାଫୋନ୍‌ ସହିତ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହା ଦ୍ୱାରା ଟୋକ୍ନୋର କ୍ୟାମନ୍‌-ଆଇ ସିରିଜ୍‌ ୪-ଜି ହ୍ୟାଣ୍ଡ୍‌ସେଟ୍‌ ଉପରେ ୨୨୦୦ ଟଙ୍କାର କ୍ୟାସ୍‌ ବ୍ୟାକ୍‌ ଅଫର ଉପଲବ୍ଧ ହେଉଛି। ଏହା ସହିତ ଗ୍ରାହକ ୩ ମାସ ପର୍ଯ୍ୟନ୍ତ ଭୋଡାଫୋନ୍‌ର ଅସିମୀତ ସୁବିଧା ସୁଯୋଗ ଉପଲବ୍ଧ କରିପାରିବେ। ଏହି ଅଫର ମାଧ୍ୟମରେ ଗ୍ରାହକ ନିଜ ପସନ୍ଦର ଭିଡିଓ କଣ୍ଟେଣ୍ଟର ଆନନ୍ଦ ନେଇପାରିବେ। ଏହି ଅଫର ୨୦୧୮ ମାର୍ଚ୍ଚ…ତାରିଖରୁ ଜୁନ୍‌…ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ ।

ଭୋଡାଫୋନ୍‌ର ସାମ୍ପ୍ରତିକ ତଥା ନୂଆ ପ୍ରିପେଡ୍‌ ଗ୍ରାହକ ମାସିକ ୧୫୦ ଟଙ୍କାର ରିଚାର୍ଜ କରି ଏହି ସମସ୍ତ ସୁବିଧା ସୁଯୋଗ ହାସଲ କରିବା ସହିତ ୧୮ ମାସ ମଧ୍ୟରେ ୯୦୦ ଟଙ୍କାର କ୍ୟାସ୍‌ ବ୍ୟାକ୍‌ ସୁବିଧା ହାସଲ କରିପାରିବେ। ଏହା ସହିତ ଅତିରିକ୍ତଭାବେ ଗ୍ରାହକ ପରବର୍ତ୍ତୀ ୧୮ମାସ ପର୍ଯ୍ୟନ୍ତ ମାସିକ ୧୫୦ ଟଙ୍କାର ରିଚାର୍ଜ କରି ୧୩୦୦ ଟଙ୍କାର କ୍ୟାସ୍‌ବ୍ୟାକ୍‌ ସୁବିଧା ଉପଲବ୍ଧ କରିପାରିବେ। ଫଳରେ ମୋଟ୍‌ ୨୨,୦୦ ଟଙ୍କାର କ୍ୟାସ୍‌ବ୍ୟାକ୍‌ ସୁବିଧା ହାସଲ କରିପାରିବେ। ଏହା ସହିତ ୩ ମାସ ପର୍ଯ୍ୟନ୍ତ ଗ୍ରାହକ ୧୦ ହଜାରରୁ ଅଧିକ ମୁଭି, ୩୦୦ ଲାଇଭ୍‌ ଟିଭି ଚ୍ୟାନେଲ୍‌, ୫୦ରୁ ଅଧିକ ଅନ୍ତର୍ଜାତୀୟ ପ୍ରିମିୟମ୍‌ ଟିଭି ଶୋ’, ୧୬ ଅରିଜିନାଲ୍‌ ମୋବାଇଲ୍‌ ୱେବ୍‌ ସିରିଜ୍‌ ଏବଂ ଅସଂଖ୍ୟା ସର୍ଟ ଭିଡ଼ିଓର ଆନନ୍ଦ ନେଇପାରିବେ ।  କ୍ୟାମନ୍‌-ଆଇ ସିରିଜ୍‌ ସ୍ମାର୍ଟଫୋନ୍‌ର ମୂଲ୍ୟ ୮୯୯୦ଟଙ୍କା ଥିବାବେଳେ ଏଥିରେ ୧୩ ଏମ୍‌ପି ସମ୍ମୁଖ କ୍ୟାମେରା, ଡୁଆଲ୍‌ ଫ୍ଲାଶ୍‌, ୧୩ ଏମ୍‌ପି ପଛ କ୍ୟାମେରା, କ୍ୱାଡା ଏଲ୍‌ଇଡି ଫ୍ଲାଶ୍‌, ୫.୬୫ ଇଞ୍ଚ ସ୍କ୍ରିନ୍‌, ୧୮.୯ ଫୁଲ୍‌ ଭିୟୁ ଆଇପିଏସ୍‌ ଏଚଡି ପ୍ଲସ୍‌ ଡିସ୍‌ପ୍ଲେ ଆଦି ବୈଶିଷ୍ଟ୍ୟ ରହିଛି। ଭୋଡାଫୋନ୍‌ର ଏହି କ୍ୟାସ୍‌ବ୍ୟାକ୍‌ ସୁବିଧା ଟେକ୍ନୋର ୫ଟି ଆଇ- ସିରିଜ୍‌ ହ୍ୟାଣ୍ଡ୍‌ସେଟ୍‌ ଯଥା ଆଇ-୩, ଆଇ-୩ ପ୍ରୋ, ଆଇ-୫, ଆଇ-୫ ପ୍ରୋ ଏବଂ ଆଇ-୭ ରେ ଉପଲବ୍ଧ ହେବ। ଏଗୁଡିକର ମୂଲ୍ୟ ୬୯୯୦ ଟଙ୍କାରୁ ୧୪୯୯୦ ଟଙ୍କା ମଧ୍ୟରେ ରହିଛି। ଏସବୁ ଚ୍ୟାମ୍ପେନ୍‌ ଗୋଲ୍ଡ, ସ୍କାଏ ବ୍ଳାକ୍‌, ସ୍ପେସ୍‌ ଗ୍ରେ ଆଦି ରଙ୍ଗରେ ଉପଲବ୍ଧ ହେଉଛି ।

 

ସମ୍ବନ୍ଧିତ ଖବର