ନୂଆଦିଲ୍ଲୀ: ଏଜିଆର୍ (ଆଡଜଷ୍ଟେଡ ଗ୍ରସ୍ ରେଭିନ୍ୟୁ) ମାମଲାରେ ସୁପ୍ରିମ୍ କୋର୍ଟ ଗତକାଲି ଟେଲିକମ୍ ବିଭାଗ (ଡଟ୍) ଓ ଟେଲିକମ କମ୍ପାନିଙ୍କ ଉପରେ ପ୍ରବଳ ମାତ୍ରାରେ ବିରକ୍ତ ହେବା ପରେ ଆଜି ଟେଲିକମ୍ କମ୍ପାନି ଗୁଡ଼ିକ ଏହି ରାଶି ପଇଠ କରିବେ ବୋଲି କହିଛନ୍ତି। ଟେଲିକମ୍ ବିଭାଗ ପକ୍ଷରୁ ଗତକାଲି ବିଭିନ୍ନ କମ୍ପାନିକୁ ଶୁକ୍ରବାର ମଧ୍ୟରାତ୍ରି ସୁଦ୍ଧା ଏହି ଅର୍ଥ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଆଜି ଭୋଡାଫୋନ ଆଇଡିଆ କହିଛି ଖୁବଶୀଘ୍ର କମ୍ପାନି ଏହି ରାଶି ଜମା କରିବ। କେବେ ସୁଦ୍ଧା କେତେ ପରିମାଣର ରାଶି ଜମା କରିବାକୁ ସକ୍ଷମ ହେବ ସେ ନେଇ ବିଚାରବିମର୍ଶ ଚାଲିଛି ବୋଲି କମ୍ପାନି କହିଛି। ଭୋଡାଫୋନକୁ ଏଜିଆର ବାବଦରେ ପ୍ରାୟ ୫୩ ହଜାର କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ କମ୍ପାନି ବ୍ୟବସାୟ ଜାରି ରଖିବା ନେଇ ମଧ୍ୟ ଚିନ୍ତାବ୍ୟକ୍ତ କରିଛି। ଏୟାରଟେଲ ଆସନ୍ତା ୨୦ ତାରିଖ ସୁଦ୍ଧା ୧୦ ହଜାର କୋଟି ଟଙ୍କା ଜମା କରିବ ବୋଲି କହିଛି। ଏହାପରେ ଆଗାମୀ ମାର୍ଚ୍ଚ ୧୭ରେ ଉକ୍ତ ମାମଲାର ଶୁଣାଣି ସୁପ୍ରିମ କୋର୍ଟରେ ହେବ। ସେହିଦିନ କମ୍ପାନି ଅବଶିଷ୍ଟ ରାଶି ଜମା କରିବ ବୋଲି କହିଛି। ଏୟାରଟେଲ ଉପରେ ୩୫ ହଜାର କୋଟି ଟଙ୍କା ଏଜିଆର୍ ବାବଦରେ ରହିଛି। ଟେଲିକମ୍ କମ୍ପାନି ଦେବାଳିଆ ହେଲେ ବ୍ୟାଙ୍କ କ୍ଷତି ସହିବ ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ରଜନୀଶ କୁମାର କହିଛନ୍ତି।
ଭୋଡାଫୋନ୍ ଶୀଘ୍ର ଦେବ ଏଜିଆର୍ ରାଶି, ୨୦ ସୁଦ୍ଧା ଏୟାରଟେଲ ଜମା କରିବ ୧୦ ହଜାର କୋଟି
/sambad/media/post_attachments/wp-content/uploads/2020/02/Vodafone-and-airtel.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)