ଜୁନ ୩୦ ପର୍ଯ୍ୟନ୍ତ ମାଗଣା ଦେଖିହେବ ଭୋଡ଼ାଫୋନ ପ୍ଲେ

ମୁମ୍ବାଇ : ଭୋଡ଼ାଫୋନ ପ୍ଲେ ଆଞ୍ଚଳିକ ଭାଷାର ୫୦୦୦ ରୁ ଅଧିକ ଚଳଚ୍ଚିତ୍ର ସ୍ଥାନିତ କରି ନିଜ ସ୍ଥିତକୁ ଅଧିକ ଦୃଢ଼ କରିପାରିଛି । ଏହା ସହିତ ଏକ ନୂଆ ଅଫର ମାଧ୍ୟମରେ କମ୍ପାନି ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛି । ତାହା ହେଉଛି କମ୍ପାନି ନିଜ ଗ୍ରାହକଙ୍କୁ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବିନା ମୂଲ୍ୟରେ ଭିଡ଼ିଓ ସେବା ଯୋଗାଇ ଦେବ । ଏୟାରଟେଲଟିଭି ଓ ଜିଓଟିଭିକୁ ଟକ୍କର ଦେବାକୁ କମ୍ପାନି ଏହି ଅଫର ଘୋଷଣା କରିଛି । ଭୋଡ଼ାଫୋନ ପ୍ଲେ ଲାଗି ଭୋଜପୁରୀ, ତାମିଲ, ତେଲଗୁ, କନ୍ନଡ଼, ମରାଠୀ ଓ ହିନ୍ଦୀ ଭାଷାରେ ହଲିଉଡ଼ ଚଳଚ୍ଚିତ୍ରଗୁଡ଼ିକର ଡବିଂ କରାଯାଇଛି । ଏଡାଫଳରେ ଗ୍ରାହକ ୧୦ ହଜାରରୁ ଅଧିକ ଚଳଚ୍ଚିତ୍ର, ୩୦୦ ଟିଭି ଚ୍ୟାନେଲ, ଭିଡ଼ିଓ, ସୋ ଓ ମୂଳ କଣ୍ଟେଣ୍ଟ ଦେଖିବାର ସୁଯୋଗ ପାଇପାରିବେ ।

ଭାରତରେ ଭିଡ଼ିଓ କ୍ରମଶଃ ଲୋକପ୍ରିୟ ହେବାରେ ଲାଗିଛି । ଗ୍ରାହକମାନେ ଆଞ୍ଚଳିକ ଭାଷାର ମନୋରନ କର୍ଯ୍ୟକ୍ରମ ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭୋଡ଼ାଫୋନ ଏହାର ଭୋଡ଼ାଫୋନ ପ୍ଲେରେ ଆଞ୍ଚଳିକ ଭାଷାର ବିଷୟବସ୍ତୁ ପରିବର୍ଦ୍ଧିତ କରିଛନ୍ତି । ଭୋଡ଼ାଫୋନ ପ୍ଲେରେ ଜନସାଧାରଣ ଜୀ ସିନେମା ଓ ପିକ୍ଚର, ଜୀ ଅନମୋଲ, ପ୍ରାଇମ ଏଚଡ଼ି, ଜୀ ମରାଠୀ, ଦୂରଦର୍ଶନ, ଜୀ ବାଙ୍ଗଲା ଲାଇଭ ଟିଭି ଚ୍ୟାନେଲ ଦେଖିପାରିବେ । ଏଥିସହ ଡ଼ିସକଭରୀ ଚ୍ୟାନେଲର ଟିଏଲସି, ଡ଼ିସକଭରୀ ଏଚଡ଼ି, ଆନିମଲ ପ୍ଲାନେଟ ଓ ନୂଆ କରି ଆରମ୍ଭ ହୋଇଥିବା ଡ଼ିସକଭରୀ ଜିତ୍‌ ଦେଖିବାର ମଧ୍ୟ ସୁଯୋଗ ପାଇପାରିବେ । ଏଥିସହ ଲୋକପ୍ରିୟ ସମ୍ବାଦ ଚ୍ୟାନେଲ ଆଜତକ୍‌, ରିପବ୍ଲିକ ଟିଭି, ଏବିପି ନ୍ୟୁଜ, ଏନଡ଼ିଟିଭି, ବିବିସି ନ୍ୟୁଜ ଓ ସିଏନ୍‌ଏନ୍‌ ଦେଖିବାର ସୁଯୋଗ ଲାଭ କରିପାରିବେ ।

ସମ୍ବନ୍ଧିତ ଖବର