କମ୍‌ ଟଙ୍କାର ଅଧିକ ଡାଟାର ଫାଇଦା ଉଠାଇବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭୋଡାଫୋନ୍‌ ଲଞ୍ଚ କଲା ଏହି ପ୍ଲାନ୍‌

ନୂଆଦିଲ୍ଲୀ: ରିଲାଏନ୍ସ ଜିଓକୁ ଟକ୍କର ଦେବାକୁ ଯାଇ ଭୋଡାଫୋନ୍‌ ଏକ ନୂଆ ପ୍ରିପେଡ଼ ପ୍ଲାନ୍‌ ଲଞ୍ଚ୍‌ କରିଛି। ଏହି ପ୍ଲାନ୍‌ ଜରିଆରେ ଗ୍ରାହକ ଗୋଟିଏ ଦିନର ବୈଧତା ସହିତ ଅସୀମିତ ୩ଜି/୪ଜି ଡାଟାର ଫାଇଦା ଉଠାଇ ପାରିବେ। ଏହି ପ୍ଲାନ୍‌ର ମୂଲ୍ୟ ୨୧ଟଙ୍କା ରଖାଯାଇଛି। ଏହାର ତୁଳନା ଜିଓର ୧୯ଟଙ୍କାର ପ୍ଲାନ୍‌ ସହିତ କରାଯାଉଛି।

ଜିଓ ୧୯ଟଙ୍କା ପ୍ଲାନ୍‌ ବିଷୟରେ ଆଲୋଚନା କଲେ ଏଥିରେ କେବଳ ୧୫୦ଏମ୍‌ବି ୪ଜି ଡାଟା ମିଳିଥାଏ। ଏହାର ବୈଧତା ଗୋଟିଏ ଦିନ । ଏଥିସହିତ ଏହି ପ୍ରିପେଡ ପ୍ଲାନ୍‌ରେ ଅସୀମିତ କଲ ସହିତ ୨୦ଟି ଏସ୍‌ଏମ୍‌ଏସ୍‌ ଓ ଜିଓ ଆପ୍‌ର ମାଗଣା ସବସ୍କ୍ରିପସନ୍‌ ବି ଦିଆଯାଇଛି। ତେବେ ଭୋଡାଫୋନର ଏହି ପ୍ଲାନ୍‌ ଯେଉଁ ଗ୍ରାହକମାନେ କମ୍‌ ଟଙ୍କାର ଅଧିକ ଡାଟାର ଫାଇଦା ଉଠାଇବାକୁ ଚାହାନ୍ତି ସେମାନଙ୍କ ପାଇଁ ଲଞ୍ଚ କରାଯାଇଛି ବୋଲି କୁହାଯାଉଛି।

କିଛି ଦିନ ପୂର୍ବରୁ ଭୋଡାଫୋନ୍‌ ଇଣ୍ଡିଆ ୨୯୯ଟଙ୍କାରେ ଏକ ନୂତନ ପ୍ରିପେଡ ପ୍ଲାନ୍‌ ଲଞ୍ଚ କରିଥିଲା। ଏହି ପ୍ଲାନ୍‌ ମଧ୍ୟପ୍ରଦେଶ ଓ ଛତିଶଗଡ଼ ସର୍କଲରେ ଥିବା ଗ୍ରାହକଙ୍କ ପାଇଁ ଲଞ୍ଚ କରାଯାଇଥିଲା। ଏହି ୨୯୯ଟଙ୍କାର ପ୍ଲାନ୍‌ରେ ୩ଜି ତଥା ୪ଜି ସ୍ଥାନରେ ୨ଜି ଡାଟା ଦିଆଯାଇଥିଲା। ଡାଟା ବ୍ୟତୀତ ଗ୍ରାହକଙ୍କୁ ଏହି ପ୍ଲାନ୍‌ ଜରିଆରେ ଅସୀମିତ କଲ ଓ ଏସ୍‌ଏମ୍‌ଏସ୍‌ ସୁବିଧା ଉପଲବ୍ଧ କରାଯାଇଥିଲା।

ସମ୍ବନ୍ଧିତ ଖବର