ନୂଆଦିଲ୍ଲୀ: ଟେଲିକମ୍‌ ସେକ୍ଟରରେ ଜିଓର ପ୍ରବେଶ ପରେ ଜୋରଦାର୍‌ ପ୍ରତିଯୋଗିତା ଦେଖିବାକୁ ମିଳିଛି। ଭାରତରେ ପର୍ବାଣ ଋତୁ ସମୟରେ କମ୍ପାନି ନିଜ ଗ୍ରାହକମାନଙ୍କୁ ବିଭିନ୍ନ ପ୍ରକାର ଅଫରମାନ ପ୍ରଦାନ କରିଥାଏ। ଆଗକୁ ନୂଆ ବର୍ଷ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଟେଲିକମ୍‌ କମ୍ପାନି ଗ୍ରାହକଙ୍କୁ କଲିଙ୍ଗ, ଇଣ୍ଟରନେଟ ଡାଟା ସହିତ କ୍ୟାସବ୍ୟାକ୍‌ ଅଫର ଦେବା ପାଇଁ ଯୋଜନା କରୁଛନ୍ତି।

Advertisment

ଭୋଡାଫୋନ୍‌ କମ୍ପାନି ନିଜର ଗ୍ରାହକଙ୍କୁ ‘ନ୍ୟୁ ଇୟର ଅଫର’ର ଘୋଷଣା କରିଛି। ଏହି ଅଫର ଜରିଆରେ ଗ୍ରାହକଙ୍କୁ ପ୍ରିପେଡ୍‌ ରିଚାର୍ଜ କଲେ ୩୦ଟଙ୍କାର ଆମାଜନ୍‌ ପେରେ କ୍ୟାସବ୍ୟାକ୍‌ ଅଫର ମିଳିବ। ଏହି କ୍ୟାସବ୍ୟାକ୍‌କୁ ଗ୍ରାହକ କୌଣସି ବି ଅନ୍ୟ ବିଲ୍‌ ପେମେଣ୍ଟରେ ବ୍ୟବହାର କରି ପାରିବେ। ଏହି ନ୍ୟୁ ଇୟର ଅଫର ବୈଧତା ୨୦୧୯ ଜାନୁଆରି ୧୦ ତାରିଖ ପର୍ଯ୍ୟନ୍ତ ରହିଛି।

publive-image

ଚଳିତବର୍ଷର ଏଯାବତ୍‌ ନ୍ୟୁ ଇୟର ଅଫର ଭାବେ ଏହା ପ୍ରଥମ ଟେଲିକମ ଅଫର ସାମ୍ନାକୁ ଆସିଛି। ଭୋଡାଫୋନ୍‌ ପରେ ପରେ ଅନ୍ୟ ଟେଲିକମ୍‌ କମ୍ପାନିମାନେ ବି ନିଜନିଜର ନ୍ୟୁ ଇୟର ଅଫର ପ୍ରଦାନ କରିବା ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଜିଓଠାରୁ ଗ୍ରାହକଙ୍କୁ କିଛି ସ୍ୱତନ୍ତ୍ରର ଅଫରର ଆଶା ରହିଛି।