୨୯୯ ଟଙ୍କାର ରିଚାର୍ଜରେ ଭୋଡାଫୋନ୍‌ ଦେଉଛି ୮୪ ଜିବି ଡାଟା ସହିତ ଅସୀମିତ କଲିଂ ସେବା!

ମୁମ୍ବାଇ: ଭାରତୀୟ ଟେଲିକମ୍‌ କଂପାନି ଭୋଡାଫୋନ୍‌ ତା’ର ଗ୍ରାହକଙ୍କ ଲାଗି ଏବେ ଗତ କିଛିଦିନ ହେବ ବେଶ ସଚେତନ ହୋଇ ପଡିଥିବା ଦେଖିବାକୁ ମିଳିଛି। ଏଥିସହିତ ଭୋଡାଫୋନ୍‌, ପ୍ରତ୍ୟେକ ଦିନ କିଛି ନା କିଛି ନୂତନ ଅଫର୍ସ ସହିତ ବନ୍ଦ ହେବାକୁ ଯାଉଥିବା ପ୍ରତିପକ୍ଷ କଂପାନି ଟାଟା ଡୋକୋମୋ ଏବଂ ଆର୍‌କମ୍‌ ଗ୍ରାହକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାରେ ଲାଗିଛି।

ତେବେ, ଏନେଇ କଂପାନି କିଛି ଦିନ ପୂର୍ବରୁ ତାହାର ପ୍ରି-ପ୍ରେଡ୍‌ ଗ୍ରାହକଙ୍କ ଲାଗି ୪୯୬ଟଙ୍କାରେ ୮୪ ଜିବିର ଡାଟା ସହିତ ମାଗଣା ଅସୀମିତ ଭଏସ୍‌ କଲିଂ ପ୍ଲାନ୍‌କୁ ଲଞ୍ଚ୍‌ କରିଥିଲା। ହେଲେ ଏବେ କଂପାନି ତାହାର ଗ୍ରାହକଙ୍କ ଲାଗି ଅନ୍ୟ ଏକ ପ୍ରି-ପେଡ୍‌ ପ୍ଲାନ୍‌କୁ ଲଞ୍ଚ୍‌ କରିଛି। ଯେଉଁଥିରେ ରହିଛି ୨୯୯ଟଙ୍କାର ପ୍ରି-ପେଡ୍‌ ପ୍ଲାନ୍‌। ଏଥିସହ ଏହି ପ୍ଲାନ୍‌ଟି କେବଳ ପ୍ରି-ପେଡ୍‌ ଉପଭୋକ୍ତାଙ୍କ ଲାଗି ପ୍ରଯୁଜ୍ୟ ଅଟେ। ଏତଦ୍‌ବ୍ୟତୀତ ଏହି ପ୍ଲାନ୍‌ଟି ପଶ୍ଚିମବଙ୍ଗ ଟେଲିକମ୍‌ ସର୍କିଲ୍‌ରେ ରହୁଥିବା ଗ୍ରାହଙ୍କମାନଙ୍କ ପାଇଁ ମଧ୍ୟ କାର୍ଯ୍ୟକାରୀ ହେବ। ଅର୍ଥାତ୍‌ ଯେଉଁମାନେ ସେମାନଙ୍କର ମୋବାଇଲ୍‌ ନମ୍ବରକୁ ପ୍ରୋର୍ଟେବିଲିଟି (ଏନ୍‌ଏନ୍‌ପି) ମାଧ୍ୟମରେ ଭୋଡାଫୋନ୍‌ ନେଟ୍‌ଓ୍ଵର୍କ ସହିତ ଯୋଡ଼ି ହେବାକୁ ଚାହୁଁଅଛନ୍ତି ଏହି ପ୍ଲାନ୍‌ଟି ସେମାନଙ୍କ ପାଇଁ ବି କାର୍ଯ୍ୟକାରୀ ହେବ। ଏହା ସହିତ ଏହି ପ୍ଲାନ୍‌ର ଅନ୍ୟ ଏକ ବିଶେଷତ୍ୱ ହେଉଛି,ଏଥିରେ ୮୪ ଦିନର ବୈଧତା ସହିତ ଗ୍ରାହକଙ୍କୁ ୮୪ ଜିବିର ୩ଜି/୪ଜି ଡାଟା ଏବଂ ମାଗଣା ଅସୀମିତ ଭଏସ୍‌ କଲିଂର ସୁବିଧା ମିଳିବ। ଯାହାକୁକି ଗ୍ରାହକମାନେ କେବଳ ସେମାନଙ୍କର ଭୋଡାଫୋନ୍‌ ଟୁ ଭୋଡାଫୋନ୍‌ ନେଟ୍‌ଓ୍ଵର୍କକୁ ହିଁ କରିପାରିବେ!

ଏହାଛଡ଼ା କଂପାନି ପକ୍ଷରୁ ଅନ୍ୟ ଦୁଇଟି ପ୍ଲାନ୍‌ ଯଥା- ୪୯୩ ପ୍ଲାନ୍‌ ଓ ୧୮୧ ପ୍ଲାନ୍‌କୁ ମଧ୍ୟ ଲଞ୍ଚ୍‌ କରାଯାଇଛି। ଯେଉଁଥିରେ, ଉପଭୋକ୍ତା ୪୯୩ ଟଙ୍କାର ରିଚାର୍ଜରେ ୮୪ ଦିନର ବୈଧତା ସହିତ ୮୪ ଜିବି ଡାଟା ସହିତ ସମସ୍ତ ନେଟ୍‌ଓ୍ଵର୍କକୁ ମାଗଣା ଭଏସ୍‌ କଲିଂର ସୁବିଧା ପାଇପାରିବେ। ଯେଉଁଠାରେ, ୧୮୧ ଟଙ୍କାର ରିଚାର୍ଜ ବାଲା ପ୍ଲାନ୍‌ଟି କେବଳ ୨ଜି ଉପଭୋକ୍ତାଙ୍କ ଲାଗି କାର୍ଯ୍ୟକାରୀ ଅଟେ। ଏଥିରେ ଭୋଡାଫୋନ୍‌ ଉପଭୋକ୍ତା ସମସ୍ତ ନେଟ୍‌ଓ୍ଵର୍କକୁ ସେମାନଙ୍କର ମାଗଣା ଅସୀମିତ ଲୋକାଲ୍‌ ଏବଂ ଏସ୍‌ଟଡି କଲ୍‌ର ସୁବିଧା ପାଇପାରିବେ। ଏଥିସହ ଏହି ପ୍ଲାନ୍‌ରେ ୨ଜି ଡାଟା ମଧ୍ୟ ମିଳିବ। ଯାହାର ବୈଧତା ୨୮ ଦିନ ଅଟେ।

ସମ୍ବନ୍ଧିତ ଖବର