ଭୋଲ୍‌ଟି ଲଢ଼େଇ ଜୋରଦାର ହେବ

ଭୁବନେଶ୍ୱର: ଭୋଲ୍‌ଟିକୁ ନେଇ ଆଗାମୀ ଦିନରେ ଓଡ଼ିଶାରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିବ। ରିଲାଏନ୍‌ସ ଜିଓ ଭୋଲ୍‌ଟି ସେବା ଜରିଆରେ ଗ୍ରାହକ ହାସଲ କରୁଛି। ଏହାର ପ୍ରମୁଖ ପ୍ରତିଦ୍ୱନ୍ଦୀ ଏୟାରଟେ୍‌ଲ ପକ୍ଷରୁ ଖୁବ୍‌ଶୀଘ୍ର ଓଡ଼ିଶାରେ ଭୋଲ୍‌ଟି ସେବା ପ୍ରଦାନ କରାଯିବ। ଦୁଇ କଂପାନି ମଧ୍ୟରେ ଭୋଲ୍‌ଟିକୁୁ ନେଇ ପ୍ରତିଦ୍ୱନ୍ଦିତା ହେଲେ ରାଜ୍ୟର ମୋବାଇଲ୍‌ ଗ୍ରାହକମାନେ ଲାଭବାନ ହେବେ। ଏୟାରଟେଲ୍‌ ପକ୍ଷରୁ ଓଡ଼ିଶାରେ ଭୋଲ୍‌ଟି ସେବାର ପରୀକ୍ଷଣ ଚାଲିଛି। ଭୋଲ୍‌ଟି ସେବା ପାଇଁ କଂପାନି ଏହାର ନେ୍‌ଟଓ୍ଵର୍କକୁ ସୁଦୃଢ଼ କରିଛି। ସବୁ ପ୍ରକାର ପ୍ରସ୍ତୁତି ହୋଇସାରିଲାଣି। ୪ଜି ମୋବାଇଲ୍‌ ସେବାରେ ଭୋଲ୍‌ଟି କାମ କରିଥାଏ। ଏହା ଦ୍ୱାରା ଗ୍ରାହକମାନେ ଦ୍ରୁତ କଲ୍‌ ସଂଯୋଗ ସୁବିଧା ସହିତ ଏଚ୍‌ଡି ମାନର ଭଏସ୍‌ ସେବା ହାସଲ କରିପାରିବେ।

ସମ୍ବନ୍ଧିତ ଖବର