ଭାରତରେ ଦରମା ବଢ଼ିବ, ପାକିସ୍ତାନରେ କମିବ

ନୂଆଦିଲ୍ଲୀ: ଇସିଏ ଇଣ୍ଟରନ୍ୟାସନାଲ୍ ନାମକ ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଦାବି କରାଯାଇଛି ଯେ ୨୦୨୩ରେ ଭାରତରେ କର୍ମଚାରୀଙ୍କ ଦରମାରେ ସର୍ବାଧିକ ବୃଦ୍ଧି ହେବ। ଏହି ସମୟରେ ପାକିସ୍ତାନରେ କର୍ମଚାରୀଙ୍କ ଦରମା କମିବ। ରିପୋର୍ଟ ଅନୁସାରେ ଭାରତରେ ଦରମା ସର୍ବାଧିକ ୪.୬% ବଢ଼ିବ। ଏହା ବ୍ୟତୀତ ଭିଏତନାମ, ଚୀନ୍, ବ୍ରାଜିଲ୍, ସାଉଦି ଆରବ, ମାଲେସିଆ, କାମ୍ବୋଡିଆ, ଥାଇଲ୍ୟାଣ୍ଡ, ଓମାନ ଏବଂ ରୁଷ୍‌ରେ କର୍ମଚାରୀଙ୍କ ଦରମାରେ ୨-୪% ପର୍ଯ୍ୟନ୍ତ ବୃଦ୍ଧି ହେବ। କିନ୍ତୁ ସେହି ସମୟରେ ପାକିସ୍ତାନର କର୍ମଚାରୀଙ୍କ ଦରମାରେ ୯.୯% ହ୍ରାସ ଘଟିଛି। ଘାନାରେ କର୍ମଚାରୀଙ୍କ ଦରମା ୧୧.୯%, ତୁର୍କୀରେ ୧୪.୪%, ଶ୍ରୀଲଙ୍କାରେ ୨୦.୫% ଓ ଆର୍ଜେଣ୍ଟିନାରେ କର୍ମଚାରୀଙ୍କ ଦରମା‌ ୨୬.୧% ହ୍ରାସ ପାଇବ।

ସମ୍ବନ୍ଧିତ ଖବର