ନୂଆଦିଲ୍ଲୀ: ଜାପାନର କାର ନିର୍ମାତା ସୁଜୁକି ୱାଗନଆରର ନୂଆ ଅବତାର ଭାବେ ୱାଗନଆର ସ୍ମାଇଲକୁ ଲଞ୍ଚ କରିଛି | କମ୍ପାନୀ ଏହି କାରକୁ ଏମପିଭିର ଡିଜାଇନ୍ ଦେଇଛି ଯେଉଁଥିରେ ସ୍ଲାଇଡିଂ କବାଟ ଦିଆଯାଇଛି | ଜାପାନର ବଜାର ପାଇଁ କମ୍ପାନୀ ବର୍ତ୍ତମାନ ୱାଗନଆର ସ୍ମାଇଲକୁ ଲଞ୍ଚ କରିଛି | ସେହିପରି ଅନ୍ୟ ଦେଶରେ ଏହାକୁ କେବେ ଲଞ୍ଚ କରାଯିବ ସେ ବିଷୟରେ କୌଣସି ସୂଚନା ମିଳିପାରିନାହିଁ | ୱାଗନଆର ସ୍ମାଇଲର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୮.୩୦ ଲକ୍ଷ ଟଙ୍କା ରହିଛି ।

Advertisment

ଏହି କାରର ଟପ୍ ଭାରିଆଣ୍ଟର ମୂଲ୍ୟ ପ୍ରାୟ ୧୧.୪୪ ଲକ୍ଷ ଟଙ୍କା ସ୍ଥିର କରାଯାଇଛି। କମ୍ପାନୀ ଏହି କାରକୁ ଏକ ମିନି ଭ୍ୟାନ୍ ପରି ଡିଜାଇନ୍ କରିଛି | ଏହି କାରର ସାମ୍ନାରେ ରେଡିଏଟର ଗ୍ରୀଲ୍ ଏବଂ ଗୋଲାକାର ଆକୃତିର ହେଡଲାଇଟ୍ ଦିଆଯାଇଛି | କମ୍ପାନୀ ବାର୍ଷିକ ୬୦,୦୦୦ ୟୁନିଟ୍ ବିକ୍ରୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି, ଯାହା ଅନୁଯାୟୀ କମ୍ପାନୀକୁ ପ୍ରତି ମାସରେ ପ୍ରାୟ ୫୦୦୦ ୟୁନିଟ୍ ବିକ୍ରି କରିବାକୁ ପଡିବ। ୱାଗନଆର ସ୍ମାଇଲରେ ୬୫୭ ସିସି କ୍ଷମତା ସମ୍ପନ୍ନ ଇଞ୍ଜିନ ଦିଆଯାଇଥିବାବେଳେ ଏହା ୫୮ଏନଏମ ଟର୍କ ଏବଂ ୪୭ ବିଏଚପି ପାୱାର ସୃଷ୍ଟି କରିଥାଏ |

ଏହି କାର୍ ଇଞ୍ଜିନ୍ ଭାରତରେ ବିକ୍ରି ହୋଇଥିବା ମାରୁତି ଅଲ୍ଟୋ ଠାରୁ ମଧ୍ୟ ଛୋଟ ହୋଇଥିବାବେଳେ ଗ୍ରାହକମାନେ ଏହି କାରରେ ଥିବା ଅଲ ହ୍ୱିଲ ଡ୍ରାଇଭ୍ (AWD) ଏବଂ ଫ୍ରଣ୍ଟ୍ ହ୍ୱିଲ ଡ୍ରାଇଭ୍ (FWD) ପାଇଁ ଚୟନ କରିପାରିବେ |