ରିଟେଲ ସେକ୍ଟରରେ ଧମାକା କରିପାରେ ଟାଟା! ଟାଟା ରିଟେଲରେ ୧.୮ ଲକ୍ଷ କୋଟି ନିବେଶ କରିପାରେ ବିଦେଶୀ କମ୍ପାନୀ ୱାଲମାର୍ଟ

ନୂଆଦିଲ୍ଲୀ: ଭାରତର ରିଟେଲ ସେକ୍ଟର (ଖୁଚୁରା କ୍ଷେତ୍ର) ବହୁତ ଦ୍ରୁତ ଗତିରେ ବିକାଶ କରୁଛି | ସମଗ୍ର ବିଶ୍ୱର ଏହା ଉପରେ ନଜର ଥିବାବେଳେ ଦୁନିଆର ବଡ଼ ବଡ଼ କମ୍ପାନୀ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଚାଁହୁଛନ୍ତି | ଅନଲାଇନ୍ ରିଟେଲ ବିଷୟରେ କହିବାକୁ ଗଲେ,ୱାଲମାର୍ଟ ଦ୍ୱାରା ଅଧିଗ୍ରହୀତ ଫ୍ଲିପକାର୍ଟ ଓ ଆମାଜନକୁ ଜିଓମାର୍ଟ କଡା ଟକ୍କର ଦେଉଛି | ଏବେ ଖବର ଆସିଛି ଯେ ଦେଶର ଅନ୍ୟତମ ବଡ ଗ୍ରୁପ ଟାଟା ଗ୍ରୁପ୍ ମଧ୍ୟ ଖୁବ ଶୀଘ୍ର ରିଟେଲ ସେକ୍ଟରରେ ପାଦ ଥାପିବାକୁ ଯାଉଛି ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଏକ ସୁପର ଆପ୍ ଆଣିବ।

ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ ୱାଲମାର୍ଟ ଟାଟା ଗ୍ରୁପରେ ୨୫ ବିଲିୟନ ଡଲାର ଅର୍ଥାତ ପ୍ରାୟ ୧.୮ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ |ଏହି ନିବେଶ ଟାଟା ଗ୍ରୁପ୍ ର ପ୍ରସ୍ତାବିତ ସୁପର ଆପ୍ ପାଇଁ ହେବ | ରିପୋର୍ଟ ଅନୁଯାୟୀ, ଏହି ସୁପର ଆପ୍ ଟାଟା ଗ୍ରୁପ୍ ଏବଂ ୱାଲମାର୍ଟର ମିଳିତ ଉଦ୍ୟମରେ ହେବ। ଏହି ଆପ୍ ଟାଟା ଗ୍ରୁପ୍‌ର ଖୁଚୁରା ବ୍ୟବସାୟ, ଫ୍ଲିପକାର୍ଟ ଏବଂ ୱାଲମାର୍ଟ ଇ-ବାଣିଜ୍ୟ ମଧ୍ୟରେ ସମନ୍ୱୟ ସୃଷ୍ଟି କରିବ। ମୁକେଶ ଅମ୍ବାନୀ ଜିଓ ପ୍ଲାଟଫର୍ମରେ ଅଂଶଧନ ବିକ୍ରି କରି ପ୍ରାୟ ୧.୫ ଲକ୍ଷ କୋଟି (୨୦ ବିଲିୟନ ଡ଼ଲାର) ପାଣ୍ଠି ସଂଗ୍ରହ କରିଛନ୍ତି ।

 

ଏହା ବ୍ୟତୀତ ରିଲାଏନ୍ସ ରିଟେଲରେ ବିନିଯୋଗ ମଧ୍ୟ କରାଯାଉଛି ଏବଂ ଏପର୍ଯ୍ୟନ୍ତ ତିନୋଟି ଡିଲ୍ ଚୂଡାନ୍ତ ହୋଇଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଟାଟା ଗ୍ରୁପ୍ ମଧ୍ୟ ଏହାର ଡିଜିଟାଲ୍ ପ୍ଲାଟଫର୍ମ ପାଇଁ ନିବେଶକ ଖୋଜୁଛି। ଏଭଳି ପରିସ୍ଥିତିରେ ୱାଲମାର୍ଟ ଟାଟାର ସୁପର ଆପରେ ୨୦-୨୫ ବିଲିୟନ ଡଲାର ପର୍ଯ୍ୟନ୍ତ ବିନିଯୋଗ କରିବ। ଏହି ଟାଟା ଆପ୍ ଟାଟା ସନ୍ସ ଅଧୀନରେ ଆସିବ | ଏହି ଆପ୍ ଡିସେମ୍ବର କିମ୍ବା ଜାନୁୟାରୀ ୨୦୨୧ ସୁଦ୍ଧା ଲଞ୍ଚ ହେବାର ଯୋଜନା ରହିଛି।

ସମ୍ବନ୍ଧିତ ଖବର