ବୟସ ମାତ୍ର ୬ ବର୍ଷ, ଆୟ କୋଟି କୋଟି ଡଲାର

ନୂଆଦିଲ୍ଲୀ : ମାତ୍ର ୬ ବର୍ଷ ବୟସରେ ନିଜର ବିଚକ୍ଷଣ ବୁଦ୍ଧି ବଳରେ କୋଟିପତି ପାଲଟିଯାଇଛି ଏହି ଶିଶୁ । ଖେଳନାକୁ ଗୁଡ଼ିକର ରିଭ୍ୟୁ କରି ରିୟାନ ନାମକ ଏହି ଶିଶୁ ସାମଗ୍ର ବିଶ୍ୱରେ ଲୋକପ୍ରିୟତା ହାସଲ କରିଛି । ତାହାର ଟଏ ରିଭ୍ୟୁ ବା ଖେଳନା ସମୀକ୍ଷାକୁ ୟୁଟ୍ୟୁବରେ ଅପଲୋଡ କରି ସେ ବର୍ଷକୁ ଲକ୍ଷ ଲକ୍ଷ ଡଲାର ଆୟ କରୁଛି । କେବଳ ଏତିକି ନୁହେଁ, ଏ ବର୍ଷ ତାହାର ଆୟ ଆହୁରି ବଢିବାକୁ ଯାଉଛି । କାରଣ ବିଶ୍ୱର ପ୍ରମୁଖ ରିଟେଲିଂ କମ୍ପାନି ଓ୍ଵାଲମାର୍ଟ ତା ସହିତ ଏକ ଚୁକ୍ତି କରିଛି । ଏହା ଅନୁସାରେ ଓ୍ଵାଲମାର୍ଟ ଆମେରିକାରେ ଓ ଅନଲାଇନରେ ରିୟାନ ବ୍ରାଣ୍ଡର ଖେଳନା ବିକ୍ରି କରିବ ।

ରିୟାନର ଏକ ୟୁଟ୍ୟୁବ ଚ୍ୟାନେଲ ରହିଛା, ତା ନାଁ ହେଉଛି ର‍୍ୟାନ ଟଏ ରିଭ୍ୟୁ । ଏହାର ପ୍ରାୟ ୧୫ ନିୟୁତ ସବସ୍କା୍ରଇବର ଅଛନ୍ତି । ଏହା ମାସକୁ ପ୍ରାୟ ୧ ବିଲିୟନ ( ୧୦୦ କୋଟି ) ଭିୟୁ ହାସଲ କରେ । ଗତ ବର୍ଷ ସେ ସାରା ବିଶ୍ୱରେ ୟୁଟ୍ୟୁବର ୮ମ ସର୍ବାଧିକ ଆୟକାରୀ ମାନ୍ୟତା ପାଇଥିଲା । ତେବେ ଆଶ୍ଚର୍ଯ୍ୟ କଥା ହେଉଛି ସେ କେଉଁ ଦେଶର, ତାର ପୁରା ନାଁ କଣ ଆଜି ପର୍ଯ୍ୟନ୍ତ କେହି ଜାଣିନାହାନ୍ତି । ତାହାର ପିତାମାତା ଜାଣିଶୁଣି ତାହାର ସାଙ୍ଗିଆ ଓ ନିଜର ବାସସ୍ଥାନକୁ ଗୁପ୍ତ ରଖିଛନ୍ତି ।

ସମ୍ବନ୍ଧିତ ଖବର