ଡାଉନ୍‌ଲୋଡ କରୁଥିବା ସମୟରେ ଫୋନ୍‌ କଲ୍‌ ନ ଆସୁ ବୋଲି ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଉପାୟ

ଅନେକ ସମୟରେ ଫୋନରେ କିଛି ଡାଉନଲୋଡ କରୁଥିବା ବେଳେ କଲ ଆସିଥାଏ। ଡାଉନଲୋଡ ସମୟରେ କଲ ଆସିବା ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଡାଉନଲୋଡ ସମୟରେ କଲ ଆସିବା ଫଳରେ ଡାଉନଲୋଡରେ ବାଧା ସୃଷ୍ଟି ହୋଇଥାଏ। ଏପରିକି ବେଳେ ବେଳେ ଅଧାରୁ ଡାଉନଲୋଡ ବନ୍ଦ ହୋଇ ଯାଇଥାଏ। କେବଳ ଡାଉନଲୋଡ ସମୟରେ ନୁହେଁ ମୋବାଇଲରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିବା ବେଳେ ମଧ୍ୟ କଲ ଆସିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ମଧ୍ୟ ଉପାୟ ରହିଛି।

ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେବଳ ଗୋଟିଏ ସିକ୍ରେଟ କୋର୍ଡ ଡାଏଲ କରିବାକୁ ପଡିବ। ଏହି କୋର୍ଡ ଡାଏଲ କରିବା ପରେ ଆପଣାଛାଏଁ ଫୋନକୁ କଲ ଆସିବା ବନ୍ଦ ହୋଇଯିବ। ତେବେ ପୂର୍ବଭଳି କିନ୍ତୁ ଇଣ୍ଟରନେଟ ବ୍ୟବହାର କରି ପାରିବେ। ଏହି ସିକ୍ରେଟ କୋର୍ଡ ଆପଣଙ୍କ ଫୋନରେ ରହିଛି। କୋର୍ଡ ବ୍ୟବହାର କରିବା ଦ୍ୱାରା ଏହା କାଯ୍ୟ କରିଥାଏ। ଏହି ଉପାୟକୁ ଅପାଣାଇବାକୁ ହେଲେ ପ୍ରଥମେ ଆପଣଙ୍କୁ କୋର୍ଡ ଡାଏଲ କରିବାକୁ ପଡିବ। ଏହା ପରେ ଆପଣଙ୍କ ଫୋନକୁ କୌଣସି କଲ ଆସିବ ନାହିଁ। ତେବେ ଏହି ଟ୍ରିକ ଆପଣାଇବାକୁ ହେଲେ ଆପଣଙ୍କୁ ଏକ ପୁରୁଣା ବନ୍ଦ ଥିବା ନମ୍ବରର ଆବଶ୍ୟକତା ପଡିବ। ତେବେ ଏହି ଉପାୟ ଆପଣାଇବାକୁ ପ୍ରଥମତଃ ଏକ ନମ୍ବର ଡାଏଲ କରିବାକୁ ହେବ।

ପ୍ରଥମ କୋର୍ଡ : ପ୍ରଥମେ **୨୧* ଡାଏଲ କରି ନିଜର ବନ୍ଦ ଥିବା ମୋବାଇଲ ନମ୍ବର ଡାଏଲ କରି ଶେଷରେ ଦେବାକୁ ପଡିବ। ଏହା କରିବା ଦ୍ୱାରା ଆପଣଙ୍କ ନମ୍ବରକୁ ଆସୁଥିବା କଲ ବନ୍ଦ ହୋଇଥିବା ନମ୍ବରକୁ ଡାଇଭର୍ଟ ହୋଇଯିବ। ଏହାଦ୍ୱାରା ବେଶ ଆରାମରେ ଆପଣ ଇଣ୍ଟନେଟ ତଥା ଗୁରୁତ୍ୱପୂର୍ଣ୍ଣ କାଯ୍ୟ କରି ପାରିବେ।

ଦ୍ୱିତୀୟ କୋର୍ଡ ଯଦି ପୁଣିଥରେ ମୋବାଇଲ ପୂର୍ବବସ୍ଥାକୁ ଫେରାଇବାକୁ ଚାହୁଁଥାନ୍ତି ତେବେ ଆଉ ଏକ କୋର୍ଡ ବ୍ୟବହାର କରିବାକୁ ପଡିବ। ଯାହାଫଳରେ ବନ୍ଦ ହୋଇଥିବା କଲ ସର୍ଭିସ ପୁଣିଥରେ ଚାଲୁ ହୋଇଯିବ। ଏଥିପାଇଁ ୦୦୨ ଡାଏଲ କରନ୍ତୁ। ଏହିଭଳି କିଛି କୋର୍ଡ ବ୍ୟବହାର କରି ଆପଣ ବିନା ବାଧାରେ ଇଣ୍ଟରନେଟ ଚଳାଇ ପାରିବେ।

ସମ୍ବନ୍ଧିତ ଖବର