ନୂଆଦିଲ୍ଲୀ: ଆପଲ ଆଇଫୋନ କମ୍ପାନିର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଇଫୋନ କିଣିବା ପାଇଁ ଲୋକେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥାଆନ୍ତି।

Advertisment

ତେବେ ଆପଲ କମ୍ପାନି ନିଜର ଆଇଫୋନ ବ୍ୟବହାରକାରୀଙ୍କ ପାଇଁ ଜରୁରୀ ସୂଚନା ଏକ୍ସ(ଟୁଇଟର)ରେ ପୋଷ୍ଟ କରିଛି।  ଏହି ପୋଷ୍ଟରେ ଦିଆଯାଇଥିବା ସୂଚନା ମୁତାବକ, ଅଧିକାଂଶ ଲୋକ ଫୋନ ଓଦା ହୋଇଗଲେ କିମ୍ବା ପାଣିରେ ପଡ଼ିଗଲେ ତାହାକୁ ଚାଉଳରେ ପୁରାଇ ଦେଇଥାଆନ୍ତି।

ଏନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଆର୍ଟିକଲ ବି ପୋଷ୍ଟ ହୋଇଛି। ଏଥିରେ ଦାବି କରାଯାଇଛି କି ଫୋନ ପାଣିରେ ପଡ଼ିଗ‌ଲେ କିମ୍ବା ଓଦା ହୋଇଗଲେ ତାକୁ ଯଦି ଚାଉଲ ଭିତରେ ପୁରାଇ ଦେବେ ତେବେ ତାହା ସମ୍ପୂର୍ଣ୍ଣ ଭାବେ ଠିକ ହୋଇଯିବ।

ଏହାକୁ ନେଇ ଆପଲ କହିଛି, ଆଇଫୋନ ବ୍ୟବହାରକାରୀ ଏମିତି କାମ କଦାପି କରିବେ ନାହିଁ। କାରଣ ଚାଉଳ ଦାନା ଆପଣଙ୍କ ଫୋନକୁ ଖରାପ କରି ଦେଇପାରେ।

ଏଭଳି କ୍ଷେତ୍ରରେ ଫୋନକୁ ଧରି ଛିଞ୍ଚାଡ଼ି ଦିଅନ୍ତୁ ଯଦ୍ବାରା ଭିତରେ ଥିବା ପାଣି ବାହାରକୁ ଚାଲି ଆସିବ। ଏହାପରେ ଉକ୍ତ ଫୋନକୁ ଶୁଖିଲା ସ୍ଥାନ କିମ୍ବା ଯେଉଁ ସ୍ଥାନରେ ପବନ ହେଉଛି ‌ସେଠି ରଖି ଦିଅନ୍ତୁ।

ଆଇଫୋନକୁ ଶୁଖିଲା ସ୍ଥାନରେ ପାଖାପାଖି ୩୦ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ତାହାକୁ ଲାଇଟନିଂ କିମ୍ବା ୟୁଏସବି-ସି କେବୁଲ ଦ୍ବାରା ସଂଯୋଗ କରନ୍ତୁ। ଏହାପରେ ବି ଯଦି ଫୋନରେ ପାଣି ଥିବା ଜଣାପଡ଼ୁଛି ପୂରାଦିନ ଫୋନକୁ ପବନ ହେଉଥିବା ସ୍ଥାନରେ ରଖି ଦିଅନ୍ତୁ।