ନୂଆଦିଲ୍ଲୀ: ଘର କ୍ରେତାଙ୍କଠାରୁ ଆଦାୟ କରିଥିବା ଅତିରିକ୍ତ ଜିଏସଟିକୁ ଫେରାଇବା ନିମନ୍ତେ ନ୍ୟାସନାଲ୍ ଆଣ୍ଟି ପ୍ରଫିଟିୟରିଂ ଅଥରିଟି (ଏନ୍ଏପିଏ) ପୁରୀ କନଷ୍ଟ୍ରକସନ୍ସ ନାମକ ସଂସ୍ଥାକୁ ନିର୍ଦେଶ ଦେଇଛନ୍ତି। ପ୍ରକଳ୍ପ ଶେଷ ହେବା ପରେ ହିଁ କେବଳ ଅତିରିକ୍ତ ଟିକସ ଫେରସ୍ତ ବାବଦ ଅର୍ଥର ହିସାବ କରାଯାଇ ପାରିବ ବୋଲି ସଂପୃକ୍ତ ବିଲଡର ସଂସ୍ଥା କରିଥିବା ଯୁକ୍ତିକୁ ଏନ୍ଏପିଏ ଅଗ୍ରାହ୍ୟ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଅନେକ ବିଲଡର ସିମେଣ୍ଟ, ଇସ୍ପାତ, ରଙ୍ଗ ଏବଂ ସାନିଟାରି ଓୟାର ଆଦି ସାମଗ୍ରୀ ବାବଦ ଟ୍ୟାକ୍ସ କ୍ରେଡିଟ୍ ସୁବିଧାକୁ ଗ୍ରାହକଙ୍କୁ ପ୍ରଦାନ କରୁନାହାନ୍ତି। ଗ୍ରାହକ ଘର ନେବା ସମୟରେ ଟ୍ୟାକ୍ସ କ୍ରେଡିଟ୍ ପ୍ରଦାନ କରାଯିବ ବୋଲି ବିଲ୍ଡରମାନେ ଯୁକ୍ତି ଦର୍ଶାଉଛନ୍ତି। ୨୦୧୭ ଜୁଲାଇରେ ଦେଶରେ ଜିଏସଟି ଲାଗୁ ହେବା ପୂର୍ବରୁ ଫରିଦାବାଦର ଆନନ୍ଦ ବିଳାସ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପରେ ପଲ୍ଲବୀ ଗୁଲାଟି ଏବଂ ଅଭିମନ୍ୟୁ ଗୁଲାଟି ଏକ ଫ୍ଲାଟ କିଣିଥିଲେ। ତେବେ ପୁରୀ କନଷ୍ଟ୍ରକସନ୍ସ ବିରୋଧରେ ଆସିଥିବା ଅଭିଯୋଗକୁ ଗ୍ରାହକ ପରେ ପ୍ରତ୍ୟାହାର କରିନେଇଥିଲେ। ତେବେ ଏନ୍ଏପିଏ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ଅଭିଯୋଗ ପ୍ରତ୍ୟାହାର ହେଲେ ମଧ୍ୟ ଆଣ୍ଟି ପ୍ରଫିଟିୟରିଂ ମହାନିର୍ଦେଶାଳୟ ଯାଞ୍ଚ କରିପାରିବ। ଅଭିଯୋଗ ପ୍ରତ୍ୟାହାର ପରେ ଯାଞ୍ଚ କରାଯାଇ ପାରିବ ନାହିଁ ବୋଲି ଜିଏସଟି ଆଇନରେ ଉଲ୍ଲେଖ ନାହିଁ। ଏନ୍ଏପିଏର ଉପରୋକ୍ତ ନିର୍ଦେଶ ଫଳରେ ରିଅଲ ଇଷ୍ଟେଟ ଗ୍ରାହକମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି।
ଆଦାୟ କରିଥିବା ଅଧିକ ଜିଏସଟି ଫେରାଇବାକୁ ବିଲ୍ଡରଙ୍କୁ ନିର୍ଦେଶ
/sambad/media/post_attachments/wp-content/uploads/2019/04/GST-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)