‘ୱାସ୍‌-ଡିଉଡ୍‌’ର ଅନ୍‌ଲାଇନ୍‌ ଲଣ୍ଡ୍ରି ସେବା

ଭୁବନେଶ୍ବର: ରାଜଧାନୀର ବ୍ୟସ୍ତବହୁଳ ଜୀବନକୁ ଦୃଷ୍ଟିରେ ରଖି ୱାସ୍‌-ଡିଉଡ୍‌ ନାମକ ଏକ ଷ୍ଟାର୍ଟ-ଅପ୍ ସଂସ୍ଥା ଲୋକମାନଙ୍କୁ ସୁବିଧାରେ ‌ଲଣ୍ଡ୍ରି ସେବା ପ୍ରଦାନ କରୁଛି। ଲୋକମାନେ ଘରେ ବସି ନିଜ ସୁବିଧାରେ ମୋବାଇଲ୍ ଫୋନ୍ କିମ୍ବା କମ୍ପ୍ୟୁଟର ଜରିଆରେ ଏହି ସେବା ହାସଲ କରିପାରିବେ। ୱାସ୍‌-ଡିଉଡ୍‌ର ପ୍ରତିନିଧି ଘରୁ ଆସି ପୋଷାକ ନେବେ ଏବଂ ତାହାକୁ ‌ଧୋଇ ଏବଂ ଆଇରନ୍‌ ଦେଇ ପୁଣି ଘରେ ଆଣି ପହଞ୍ଚାଇବେ। ବିଭିନ୍ନ ପ୍ରକାର ପୋଷାକ ପାଇଁ ଏହା ଭିନ୍ନ ଭିନ୍ନ ପ୍ରକାର ସେବା ପ୍ରଦାନ କରୁଛି। ସାଧାରଣ ଠାରୁ ଆରମ୍ଭ କରି ପ୍ରିମିୟମ୍ ପର୍ଯ୍ୟନ୍ତ ଅନେକ ପ୍ରକାର ସେବା ଏହା ଯୋଗାଇ ଦେଉଛି। ସହରର ଯେକୌଣସି ସ୍ଥାନରେ ରହି ୱାସ୍‌-ଡିଉଡ୍‌ ସେବା ହାସଲ କରାଯାଇପାରିବ। ଯୁବ ଉଦ୍ୟୋଗୀ ପ୍ରବୁଦ୍ଧ ଦାସଙ୍କ ଦ୍ବାରା ପରିଚାଳିତ ଏହି ସଂସ୍ଥା କପଡ଼ା ସଫା ଠାରୁ ଆରମ୍ଭ କରି ଆଇରନ୍ ଦେବା ଏବଂ ଡ୍ରାଏ କ୍ଲିନିଂ ସେବା ମଧ୍ୟ ପ୍ରଦାନ କରୁଛି। ଗ୍ରାହକମାନେ ପୋଷାକପତ୍ର, ବେଡ୍‌ସିଟ୍, କମ୍ବଳ, ସୋଫା କଭର୍‌, କାର୍ପେଟ୍‌ ଏବଂ ଡୋର୍‌ ସ୍କ୍ରିନ୍ ଆଦି ସଫା କରିବା ପାଇଁ ୱାସ୍‌-ଡିଉଡ୍‌ର ସେବା ନେଇପାରିବେ। ଏହା ଦାମୀ ପୋଷାକର ରଙ୍ଗ ଗ୍ୟାରେଣ୍ଟି ମଧ୍ୟ ପ୍ରଦାନ କରୁଛି। ପ୍ରବୁଦ୍ଧ କହିଛନ୍ତି ଯେ, ଆମେ ଗ୍ରାହକଙ୍କ ଠାରୁ ଡେଲିଭରି ଶୁଳ୍କ ଆଦାୟ କରୁନାହୁଁ। କେବଳ ଯେତିକି ପୋଷାକ ସଫା କରାଯିବ ‌ସେଥିପାଇଁ ଯେତିକି ଚାର୍ଜ ତାହା ଆଦାୟ କରାଯାଉଛି। ଗୁଗୁଲ୍ ପ୍ଲେ ଷ୍ଟୋର୍‌ରେ କଂପାନିର ଆପ୍ ଉପଲବ୍ଧ ହେଉଛି। ଏହାକୁ ବ୍ୟବହାର କରି ମଧ୍ୟ ଗ୍ରାହକମାନେ କଂପାନିର ସେବା ପାଇପାରିବେ। ପ୍ରବୁଦ୍ଧ, ଦୁଷ୍ମନ୍ତ କୁମାର ସାହୁ, ଧୀରଜ ମହାପାତ୍ର ଓ ସ୍ମରଣୀକା ଭଞ୍ଜଙ୍କ ଦ୍ବାରା ଏହି ସଂସ୍ଥା ପରିଚାଳିତ ହେଉଛି। ଭୁବନେଶ୍ବରରେ ୫ ହଜାରରୁ ଅଧିକ ଲୋକ କଂପାନିର ସେବା ହାସଲ କରିସାରିଲେଣି ଏବଂ ଗ୍ରାହକଙ୍କ ସଂଖ୍ୟା ବଢ଼ିଚାଲିଛି ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର