ଭୁବନେଶ୍ବର: ଓଡ଼ିଶା ଖଣି ନିଗମ (ଓଏମ୍ସି) ପକ୍ଷରୁ ଏହାର ଦୈତାରୀ, କୋଇଡ଼ା, ଗନ୍ଧମାର୍ଦ୍ଦନ, ଲକ୍ଷ୍ମୀପୁର ଓ କାଳିଆପାଣି ଖଣି ଅଞ୍ଚଳକୁ ସ୍ବଚ୍ଛ ଓ ବର୍ଜ୍ୟବସ୍ତୁ ମୁକ୍ତ କରିବା ଲାଗି ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହା ଦ୍ବାରା ୨୦ ହଜାରରୁ ଅଧିକ ପରିବାର ପ୍ରତ୍ୟକ୍ଷ ଭାବେ ଉପକୃତ ହୋଇଥିବା କଂପାନି ପକ୍ଷରୁ କୁହାଯାଇଛି। କଂପାନି ବର୍ଜ୍ୟବସ୍ତୁ ସଂଗଅହ କରିବା ସହିତ ତାହାକୁ ସମ୍ପଦରେ ପରିଣତ କରିବା ଦିଗରେ କାର୍ଯ୍ୟ କରୁଛି। ପ୍ରାରମ୍ଭିକ ପର୍ଯ୍ୟାୟରେ କଂପାନି ପକ୍ଷରୁ ବର୍ଜ୍ୟବସ୍ତୁ ସଂଗ୍ରହ, ପରିବହନ ଓ ପ୍ରକ୍ରିୟାକରଣକୁ ନେଇ ଖଣି ଅଞ୍ଚଳର ଲୋକ ଓ ହିତାଧିକାରୀମାନଙ୍କୁ ସଚେତନ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହା ପରେ ପର୍ଯ୍ୟାୟକ୍ରମେ ବିଭିନ୍ନ ଅଞ୍ଚଳକୁ ଖୋଲା ଶୌଚ ମୁକ୍ତ ଅଞ୍ଚଳ ଘୋଷଣା କରାଯିବା ସହ ବାହ୍ୟ ମଳମୂତ୍ର ତ୍ୟାଗ ଉପରେ ରୋଗ ଲଗାଯାଇଥିଲା। କଂପାନି ପକ୍ଷରୁ ୨ କୋଟି ଟଙ୍କା ବ୍ୟୟରେ ଖଣି ଅଞ୍ଚଳ ପାଇଁ ସାନିଟେସନ୍ ପାର୍କ ସ୍ଥାପନ କରାଯାଇଛି। ସ୍ବଚ୍ଛ ସାଥୀ ନିଯୁକ୍ତ କରି ଘରୁ ବର୍ଜ୍ୟବସ୍ତ ସଂଗ୍ରହ କରି ପାର୍କରେ ତାହାର ପ୍ରକ୍ରିୟାକରଣ କରାଯାଉଛି। ଓଦା ଓ ଶୁଖିଲା ବର୍ଜ୍ୟକୁ ଅଲଗା ରଖିବା ଓ ସଠିକ୍ ସମୟରେ ତାହା ସଂଗ୍ରହ କରିବା ଉପରେ ଜୋର ଦିଆଯାଉଛି। ବିଭିନ୍ନ ସମୟରେ କଂପାନିର କର୍ମଚାରୀ ଲୋକମାନଙ୍କୁ ଏବିଷୟରେ ସଚେତନ କରୁଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp