ପାଣି ଏଟିଏମ୍‌ : ଲିଟର ପିଛା ୫ଟଙ୍କାରେ ମିଳୁଛି ‘ମିନେରାଲ୍‌ ଓ୍ଵାଟର୍‌’ ଭଳି ବିଶୁଦ୍ଧ ଜଳ

ନୂଆଦିଲ୍ଲୀ : ପାଖରେ ଟଙ୍କା ଅଭାବ ଥିଲେ ଆମେ ସାଧାରଣତଃ ଏଟିଏମ୍‌ରୁ ଟଙ୍କା ଉଠାଇଥାଉ । ଯଦି ସେହିପରି ସୁବିଧାରେ ବିଶୁଦ୍ଧ ଜଳ ମିଳେ? କଥାଟି ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ଓ୍ଵାଟର ହେଲଥ୍‌ ଇଣ୍ଡିଆ (ଡ଼ବ୍ଲୁଏଚ୍‌ଆଇଏନ୍‌) ନାମକ ସଂସ୍ଥା ଏକ ପାନୀୟ ଜଳ ଏଟିଏମ୍‌ ନିର୍ମାଣ କରିଛି,ଯାହା ସାହାଯ୍ୟରେ ଲୋକଙ୍କୁ ବିଶୁଦ୍ଧ ଜଳ ମିଳିପାରୁଛି। ଏବେଡ଼ବ୍ଲୁଏଚ୍‌ଆଇଏନ୍‌ ପ୍ରଚେଷ୍ଟାରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା , କର୍ଣ୍ଣାଟକ, ଗୁଜୁରାଟ ଏବଂ ଦିଲ୍ଲୀର ୩୬ଟି ଜିଲ୍ଲାର ୧୮୦୦ଟି ଗାଁରେ ଏହି ସୁବିଧା ଉପଲବ୍ଧ ହେଉଛି। ଓ୍ଵାଟର ହେଲଥ୍‌ ଇଣ୍ଡିଆ ସାରା ଭାରତରେ ୪୫୦ଟି ଜଳ ଏଟିଏମ୍‌ ଯୋଗେ ପ୍ରାୟ ଦଶ ଲକ୍ଷ ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଉଛି ।

ଓ୍ଵାଟର ଏଟିଏମ୍‌ ଏକ ସ୍ୱଂୟଚାଳିତ ବିଶୁଦ୍ଧିକରଣ ଯନ୍ତ୍ର, ଯାହା ୨୪ ଘଣ୍ଟା ବିଶୁଦ୍ଧ ପିଇବା ପାଣି ଯୋଗାଇଥାଏ। ଏହା ବିଜ୍ଞାନର ଏକ ବଡ଼ ଆବିଷ୍କାର, ଯାହା ମଣିଷଙ୍କୁ ପ୍ରକୃତି ସହିତ ଯୋଡ଼ି ରଖିବା ସଙ୍ଗେ ସଙ୍ଗେ ଶୁଦ୍ଧ ଜଳ ମଧ୍ୟ ଯୋଗାଇ ପାରୁଛିି। ଏହା ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନ ଯେମିତିକି ବିଦ୍ୟାଳୟ, ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନରେ ଲଗାଯାଇଛି। ଏହାର ଅନ୍ୟ ବିଶେଷତ୍ୱ ହେଲା, ଟ୍ୟଙ୍କ୍‌ରର ରିଫିଲସ୍ତର ଭର୍ତ୍ତି ହେବା ମାତ୍ରେ ସୂଚନା ଘଣ୍ଟି ବାଜିଥାଏ ଏବଂ ଖରା ଦିନରେ ସଂରକ୍ଷିତ ଜଳକୁ ଶୁଦ୍ଧ କରି ଶୀତଳ ଜଳ ଦେଇଥାଏ। ଓ୍ଵାଟର ଏଟିଏମରେ ଜଳ ବଣ୍ଟନ ପ୍ରଣାଳୀ ବହୁତ ସହଜ । ଏଥିରେ କେବଳ ଟଙ୍କା ଓ ବୋତଲ ଦରକାର ହୋଇଥାଏ। ନିଜ ବୋତଲରେ ଲିଟର ପିଛା ଜଳ ୫/- ଟଙ୍କା ହୋଇଥିବା ବେଳେ ସେଠାରୁ ବୋତଲ ସହ କିଣିଲେ ଲିଟର ପିଛା ୮/- ଟଙ୍କା ରହିଥାଏ।

“ଉଚ୍ଚ ମଧ୍ୟବିତ୍ତ ପରିବାରର ଲୋକମାନେ ନିଜର ଶରୀର ପାଇଁ ସଚେତନ ଥିବାରୁ ଶୁଦ୍ଧ ପାନୀୟ ଜଳ ପିଇବାକୁ ପସନ୍ଦ କରିଥାନ୍ତି, ତେଣୁ ସେମାନେ ୧୫-୨୦/- ଟଙ୍କା ଦେଇ ୧ ଲିଟର ପାଣି କିଣୁଥିଲେ, ଯାହା ବହୁ ଦିନରୁ କମ୍ପାନିରୁ ଆସିଥାଏ। ଏହା ଛଡ଼ା ଯାତାୟତ କରୁଥିବା ଲୋକଙ୍କ ପାଖରେ ଅନ୍ୟ କିଛି ଉପାୟ ରହୁ ନ ଥିବାରୁ ସେମାନେ ସେହି ବୋତଲ ପାଣି କିମ୍ବା ମାଗଣା କଳ ପାଣି ପିଉଥିଲେ । ବର୍ତ୍ତମାନ କିନ୍ତୁ ପାନୀୟ ଜଳ ଏଟିଏମ୍‌ ଦ୍ୱାରା କମ ଖର୍ଚ୍ଚରେ ଶୁଦ୍ଧ ଜଳ ପାଖରେ ମିଳିବା ସମ୍ଭବପର ହୋଇଛି। ଏହା ଦ୍ୱାରା ଉଚ୍ଚ ମଧ୍ୟବିତ୍ତଙ୍କ ସହ ଅନ୍ୟ ବର୍ଗର ଲୋକ ଉପକୃତ ହେଉଛନ୍ତି” ବୋଲି କହିଛନ୍ତିଓ୍ଵାଟର ହେଲଥ୍‌ ଇଣ୍ଟରନ୍ୟାସନାଲ୍‌ର ସିଓଓ ବିକାଶ ଶାହା ।

ଓ୍ଵାଟର ଏଟିଏମରେ ୬ଟି ସ୍ତରରେ ଜଳ ବିଶୁଦ୍ଧ ହେଉଥିବା ବେଳେ ଓ୍ଵାର୍ଲଡ ହେଲଥ ଅରଗାନାଇଜେସନ(ଡ଼ବ୍ଲୁଏଚ୍‌ଓ)ତରଫରୁ ଏହାକୁ ବିଶୁଦ୍ଧତାର ପ୍ରମାଣପତ୍ର ପ୍ରଦାନ କରାଯାଇଛି

ସମ୍ବନ୍ଧିତ ଖବର