ନୂଆଦିଲ୍ଲୀ: ନିଜ ଫୋନ୍, ଲାପ୍ଟପ୍, ଡେକ୍ସଟପ୍ କିମ୍ବା ଆକାଉଣ୍ଟ୍ ଇତ୍ୟାଦିକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ପାସ୍ୱାର୍ଡ ରଖିଥାନ୍ତି। ମାତ୍ର ଅଧିକାଂଶ ସମୟରେ ପାସ୍ୱାର୍ଡ ହ୍ୟାକ୍ ହେବା ଦ୍ବାରା ବ୍ୟକ୍ତି ନାନା ସମସ୍ୟାର ସମ୍ମୁଖୀନ ବି ହୋଇଥାନ୍ତି।
ତେବେ ପାସୱାର୍ଡ ଏପରି ହେବା ଦରକାର ଯାହା କେବେ ହ୍ୟାକ୍ ହୋଇପାରିବ ନାହିଁ। ମାତ୍ର ଆମ ଦେଶର ଅଧିକାଂଶ ଲୋକ ଏପରି ଏକ ପାସ୍ୱାର୍ଡ ରଖନ୍ତି ଯାହାକୁ ହ୍ୟାକ୍ କରିବା ଅତି ସହଜ ହୋଇଥାଏ। ତାହା ହେଉଛି ‘୧୨୩୪୫୬’।
ଆପଣ ବି ନିଜର ଏପରି କିଛି ପାସୱାର୍ଡ ରଖିଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଏହି ପାସ୍ୱାଡ୍ ହ୍ୟାକ୍ ହେବା ପାଇଁ ମାତ୍ର ୧ ସେକେଣ୍ଡ୍ ସମୟ ନେଇଥାଏ।
ଅଧିକାଂଶ ଲୋକ ଏହି କଥାକୁ ଗୁରୁତ୍ବ ଦିଅନ୍ତି ନାହିଁ। ପାସ୍ୱାର୍ଡ ଦେବାର ସମୟ ଆସିଲେ ‘୧୨୩୪୫୬’ ମାରି ସେଟ୍ କରିଦିଅନ୍ତି। ମାତ୍ର ଏହି ପାସୱାର୍ଡ ବହୁତ ଦୁର୍ବଳ ହୋଇଥାଏ। ତାହା ପାସ୍ୱାର୍ଡ ଦେଇ ବି ନଦେବା ପରି ହୋଇଥାଏ।
କିଛି ଲୋକ ‘୧୨୩୪୫୬’ ଦେଉଥିବା ବେଳେ ଅଧିକାଂଶ ଲୋକ ‘୧୨୩୪୫’ ବି ଦେଇଥାନ୍ତି। ମାତ୍ର ନିକଟରେ ଜଣାପଡ଼ିଛି ଯେ ସବୁଠାରୁ ଅଧିକ ଲୋକ ‘୧୨୩୪୫୬’କୁ ପାସ୍ୱାର୍ଡ ସେଟ୍ କରୁଛନ୍ତି। ଆପଣ ଏଭଳି ଭୁଲ୍ କରନ୍ତୁ ନାହିଁ। ଆପଣ ନିଜର ପାସ୍ୱାର୍ଡ ସେଟ୍ କରିବା ବେଳେ ନମ୍ବର, ଲେଟର ଓ ସ୍ପେସିଆଲ୍ କ୍ୟାରେକ୍ଟର ମିଶାଇକି ପାସ୍ୱାର୍ଡ ଦିଅନ୍ତୁ; ଯାହାକି ଅଧିକ ସୁରକ୍ଷିତ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/16/KgdICEn3d6YYUR0Vg9R1.jpg)