ନୂଆଦିଲ୍ଲୀ: ଦରଦାମ୍ ଉପରେ ନିୟନ୍ତ୍ରଣ ରଖିବା ଲାଗି ଡାଲିର ଷ୍ଟକ୍ ବିଷୟରେ ପ୍ରତି ସପ୍ତାହରେ ଘୋଷଣା କରିବାକୁ ଡାଲି ରଖୁଥିବା ଅଂଶୀଦାରମାନଙ୍କୁ କୁହାଯାଇଛି। ଏନେଇ କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଜାରି କରାଯାଇଛି। ପ୍ରମୁଖବନ୍ଦର ଏବଂ ଶିଳ୍ପ ହବ୍ଗୁଡ଼ିକରେ ମହଜୁଦ ଥିବା ଡାଲି ଷ୍ଟକ୍କୁ ନିୟମିତ ବ୍ୟବଧାନରେ ଯାଞ୍ଚ କରିବା ସହ ଭୁଲ ତଥ୍ୟ ଦେଉଥିବା ଲୋକ ଓ ସଂସ୍ଥାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି। ଚଳିତ ମାସ ୧୫ରୁ ପ୍ରତି ସପ୍ତାହରେ ଡାଲି ରଖିଥିବା ଲୋକ ଓ ସଂସ୍ଥାଙ୍କୁ ସରକାରଙ୍କ ପୋର୍ଟାଲ୍ରେ ଷ୍ଟକ୍ ସ୍ଥିତି ଘୋଷଣା କରିବାକୁ ପଡ଼ିବ। ହରଡ଼, ବିରି, ଚଣା, ମସୁର ଓ ମୁଗ ଡାଲିର ଷ୍ଟକ୍ ସ୍ଥିତି ଉପରେ ନଜର ରଖିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp