ଟ୍ରେଣ୍ଡ୍‌ସ ପକ୍ଷରୁ ସ୍ୱାଗତମ୍ ଶ୍ରୀଗଣେଶ ପ୍ରତିଯୋଗିତାର ବିଜେତା ଘୋଷଣା

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍‌ର ଟ୍ରେଣ୍ଡ୍‌ସ ପକ୍ଷରୁ ଟ୍ରେଣ୍ଡସ୍ ସ୍ୱାଗତମ୍ ଶ୍ରୀଗଣେଶ ପ୍ରତିଯୋଗିତା ୨୦୨୨ର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶୁକ୍ରବାର ଅନୁଷ୍ଠିତ ଫିନାଲେ କାର୍ଯ୍ୟକ୍ରମରେ ପ୍ରତିଯୋଗିତାର ନଅ ଜଣ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା। ଓଲିଉଡ୍ ଅଭିନେତ୍ରୀ ଭୂମିକା ଦାଶ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। ଟ୍ରେଣ୍ଡ୍‌ସ ସ୍ୱାଗତମ ଶ୍ରୀଗଣେଶ ସେଲ୍‌ଫି ପ୍ରତିଯୋଗିତାର ପ୍ରଥମ ପୁରସ୍କାର ବିଜେତା ହୋଇଛନ୍ତି ଯାଜପୁରର ସୌଭାଗ୍ୟ ଚନ୍ଦ୍ର ସାହୁ ଏବଂ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଜିତିଛନ୍ତି କଟକର ଅନନ୍ୟା ପ୍ରଧାନ ଓ ସାଲେପୁରର ଅନନ୍ୟା ମିଶ୍ର ।

ଟ୍ରେଣ୍ଡ୍‌ସ ସ୍ୱାଗତମ ଶ୍ରୀଗଣେଶ ଚିତ୍ରାଙ୍କନ ପ୍ରତିଯୋଗିତାର ୫-୧୦ ବର୍ଷ ବୟସ ବର୍ଗର କଟକର ରୁପ୍‌ସା ନାୟକ ପ୍ରଥମ ପୁରସ୍କାର ଜିତିଥିବା ବେଳେ ୧୧ ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ କଟକର ସାଗରିକା ସାମଲ ପ୍ରଥମ ପୁରସ୍କାର ବିଜେତା ହୋଇଛନ୍ତି । ୫-୧୦ ବର୍ଷ ବୟସ ବର୍ଗରେ ନିମାପଡ଼ାର ସିଦ୍ଧି ବୈଷ୍ଣବୀ ଓ ଭୁବନେଶ୍ୱରର ଆଦ୍ୟାଶା ବିଶ୍ୱାଳ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଜିତିଛନ୍ତି । ସେହିପରି ୧୧ ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ ଟ୍ରେଣ୍ଡ୍‌ସ ସ୍ୱାଗତମ ଶ୍ରୀଗଣେଶ ଚିତ୍ରାଙ୍କନ ପ୍ରତିଯୋଗିତାରେ ପାରାଦୀପର ସ୍ନେହା ଚମ୍ପତ୍ତି ଓ ଅନୁଗୁଳର ପ୍ରିୟା ନାୟକ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଜିତିଛନ୍ତି। ସମସ୍ତ ପ୍ରଥମ ପୁରସ୍କାର ବିଜେତା ପ୍ରତ୍ୟେକ ୩୧,୦୦୦ ଟଙ୍କା ମୂଲ୍ୟର ପୁରସ୍କାର ଜିତିଥିବା ବେଳେ ଦ୍ୱିତୀୟ ପୁରସ୍କାର ବିଜେତାମାନେ ପ୍ରତ୍ୟେକ ୨୧,୦୦୦ ଟଙ୍କା ମୂଲ୍ୟର ପୁରସ୍କାର ଓ ତୃତୀୟ ପୁରସ୍କାର ବିଜେତାମାନେ ପ୍ରତ୍ୟେକ ୧୧,୦୦୦ ଟଙ୍କା ମୂଲ୍ୟର ପୁରସ୍କାର ଜିତିଛନ୍ତି।

ସମ୍ବନ୍ଧିତ ଖବର