ଲାଇନଚ୍ୟୁତ ଟ୍ରେନ୍‌କୁ ଟ୍ରାକ୍‌କୁ ଆଣିଥିବା ରେଲେଓ୍ଵ କର୍ମଚାରୀଙ୍କୁ ୧୦,୦୦୦ଟଙ୍କାର ପୁରସ୍କାର

ମୁମ୍ବାଇ: ପଶ୍ଚିମ ରେଳବାଇ ନିଜ କର୍ମଚାରୀଙ୍କ ପାଇଁ ୧୦,୦୦୦ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ଏହି ପୁରସ୍କାର ରାଶି ସେହି ଲୋକମାନଙ୍କୁ ପ୍ରଦାନ କରାଯିବ ଯେଉଁମାନେ ଗୁରୁବାର ଏକ ଟ୍ରେନ୍‌କୁ ଠେଲିଠେଲି ଡେଡ-ଏଣ୍ଡରୁ ପ୍ଲାଟଫର୍ମ ପର୍ଯ୍ୟନ୍ତ ପହଞ୍ଚାଇ ଥିଲେ।

ମୁମ୍ବାଇ ଡିଭିଜିନଲ ରେଲେଓ୍ଵ ମ୍ୟାନେଜର ମୁକୁଲ ଜୈନଙ୍କ କହିବାନୁସାରେ, ମୁଁ ୧୦,୦୦୦ଟଙ୍କାର ପୁରସ୍କାର ରାଶି ରେଲେଓ୍ଵ କର୍ମଚାରୀଙ୍କ ପାଇଁ ଘୋଷଣା କରିଛି। କୁଲିଙ୍କ ସମତେ ୪୦ଜଣ ରେଲେଓ୍ଵ କର୍ମଚାରୀ ମୁମ୍ବାଇ ସେଣ୍ଟ୍ରାଲ-ଲକ୍ଷ୍ମୌ ସୁବିଧା ଏକ୍ସପ୍ରେସକୁ ଠେଲିଠେଲି ଟ୍ରାକ୍‌କୁ ଆଣିବାକୁ ପଡ଼ିଥିଲା। ଏହି ଟ୍ରେନ୍‌ ସିଗନାଲ ପାର କରି ଡେଡ ଆଣ୍ଡରେ ଯାଇ ପହଞ୍ଚି ଯାଇଥିଲା। ଯେଉଁଠାରେ କୌଣସି ଓଭର -ହେଡ ତାର ନଥିଲା।

ଗୁରୁବାର ସକାଳ ୭.୪୫ରେ ୧୬ଟି କୋଚର ମୁମ୍ବାଇ ସେଣ୍ଟ୍ରାଲ-ଲକ୍ଷ୍ମୌ ସୁବିଧା ଏକ୍ସପ୍ରେସ ଟ୍ରେନ୍‌ ପ୍ଲାଟଫର୍ମ ୨ରୁ ନାଲି ସିଗନାଲରେ ରହିବା ପରିବର୍ତ୍ତେ ଆଗକୁ ପଳାଇ ଯାଇଥିଲା। ଯେଉଁ ଟ୍ରାକ୍‌ରେ ଟ୍ରେନ୍‌ ପଳାଇ ଯାଇଥିଲା ତାହା ଡେଡ -ଏଣ୍ଡ ଥିଲା। ତାହା ଉପରେ କୌଣସି ଓଭର-ହେଡ ତାର ନଥିଲା। ଇଞ୍ଜିନ୍‌କୁ ପଛକୁ କିମ୍ବା ଆଗକୁ ନିଆଯାଇ ପାରି ନଥାଆନ୍ତା। ଏଥିପାଇଁ ଯାତ୍ରୀଙ୍କୁ ଟ୍ରେନ୍‌ରୁ ଓହ୍ଲାଇବାକୁ କୁହାଯାଇଥିଲା। ଏହାପରେ ରେଲେଓ୍ଵ କର୍ମଚାରୀ ଏକାଠି ହୋଇ ଟ୍ରେନ୍‌କୁ ଟ୍ରାକ୍‌ ଉପରକୁ ଅଣିଥିଲେ। ଜଣେ ବରିଷ୍ଠ ରେଲେଓ୍ଵ ଅଫିସରଙ୍କ କହିବାନୁସାରେ, ଏଭଳି ଘଟଣା ପ୍ରଥମଥର ପାଇଁ ଘଟିଛି।

ସମ୍ବନ୍ଧିତ ଖବର