ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ପ୍ରଭାବରେ କେଉଁ ସବୁ ବିପଦ ଦେଖାଦେବାର ଆଶଙ୍କା ରହିଛି? ତାହା ଜଣାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଆସନ୍ତା ସପ୍ତାହରେ ଏକ କନସଲ୍ଟେସନ୍ ପେପର୍ ଜାରି କରିବ। ସେଥିରେ ଦିଆଯିବାକୁ ଥିବା ତଥ୍ୟ ଆଧାରରେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକ ନିଜର ଯୋଜନା ଓ ରଣନୀତି ପ୍ରସ୍ତୁତ କରିବେ। ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ବିପଦ ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଆମେ ଏନେଇ ଏକ ପେପର ଜାରି କରିବୁ ବୋଲି ବ୍ୟାଙ୍କ ଅଫ୍ ବରୋଦାର ବାର୍ଷିକ ବ୍ୟାଙ୍କିଙ୍ଗ୍ କନ୍କ୍ଲେଭ୍କୁ ସମ୍ବୋଧିତ କରିବା ଅବସରରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଥିଲେ। ଜଳବାୟୁ ପରିବର୍ତ୍ତନ ଓ ସେ ସମ୍ପର୍କିତ ବିପଦକୁ ନେଇ କନ୍ସଲ୍ଟେସନ୍ ପେପର ଜାରି କରାଯିବା ପରେ ସମସ୍ତ ଅଂଶୀଦାରଙ୍କଠାରୁ ମତାମତ ଓ ନୂଆ ଚିନ୍ତାଧାରା ଗ୍ରହଣ କରାଯିବ। ସେଗୁଡ଼ିକୁ ବିଚାରକୁ ନେବା ପରେ ଆମେ ଆଗକୁ ବଢ଼ିବୁ ବୋଲି ଶକ୍ତିକାନ୍ତ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଏକ ପ୍ୟାନେଲ୍ ଆଲୋଚନାରେ ଅଂଶଗ୍ରହଣ କରିଥିବା ଅନ୍ୟ ଅତିଥିମାନେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ସାରା ବିଶ୍ବରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ସଂସ୍ଥାଗୁଡ଼ିକ ନିଜ ରଣନୀତି ବଦଳାଉଛନ୍ତି। ତାହାର ସ୍ପଷ୍ଟ ପ୍ରଭାବ ଭାରତରେ ଦେଖିବାକୁ ମିଳିଛି। ଶିଳ୍ପ ସଂସ୍ଥା ଓ ବ୍ୟବସାୟୀମାନଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ ବୋଲି ଶକ୍ତିକାନ୍ତ କହିଛନ୍ତି।
ଜଳବାୟୁ ପରିବର୍ତ୍ତନରୁ କ’ଣ ବିପଦ ରହିଛି? ପେପର ଜାରି କରି ଜଣାଇବ ରିଜର୍ଭ ବ୍ୟାଙ୍କ
/sambad/media/post_attachments/wp-content/uploads/2022/06/shaktikanta-das-pti.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)