ନୂଆଦିଲ୍ଲୀ: ଦାନ୍ତଘଷା ପାଉଡର୍, ମହମବତୀ, ଟେପ୍, ସବୁ ପ୍ରକାର ଦିଆସିଲି, ଶିଶୁଙ୍କ ପିଇବା ବୋତଲ, ଶିଶୁଙ୍କ ପିଇବା ବୋତଲର ନିପଲ୍, କପଡ଼ାରେ ତିଆରି ହାଣ୍ଡ୍ବ୍ୟାଗ୍ ଓ ସପିଙ୍ଗ ବ୍ୟାଗ୍, ଝୋଟରେ ତିଆରି ହାଣ୍ଡ୍ବ୍ୟାଗ୍ ଓ ସପିଙ୍ଗ ବ୍ୟାଗ୍, କାଠରେ ତିଆରି ଟେବୁଲ୍ ଓୟାର ଓ କିଚେନ୍ ଓୟାର, ଛତା, ସିଲାଇ ଛୁଞ୍ଚି, କିରାସିନି ବର୍ଣ୍ଣର, କିରାସିନି ଷ୍ଟୋଭ୍, କାଠକୁ ଜାଳେଣି ଭାବେ ବ୍ୟବହାର କରାଯାଉଥିବା ଲୁହା କିମ୍ବା ଇସ୍ପାତରେ ତିଆରି ଷ୍ଟୋଭ୍, ଲୁହା ଓ ଇସ୍ପାତରେ ତିଆରି କରାଯାଇଥିବା ଟେବୁଲ, ରୋଷେଇ ଘର ଓ ଘରକରଣା ଜିନିଷ, ବାସନକୁନ, ତମ୍ବାରେ ତିଆରି କରାଯାଇଥିବା ବାସନକୁସନ ଓ ଘରକରଣା ଜିନିଷ, ତମ୍ବାର କିରାସିନି ପ୍ରେସର୍ ଷ୍ଟୋଭ୍, ଆଲୁମିନିୟମ୍ରେ ତିଆରି ରୋଷେଇ ଘର ଜିନିଷ ଓ ଘରକରଣା ଜିନିଷ, ବାସକନକୁସନ ଉପରୁ ଟିକସ କମ୍ କରାଯାଇଛି।
ସେହିପରି, ସିଲାଇ ମେସିନ, ସାଇକଲ୍, ସାଇକଲ୍ର ଯନ୍ତ୍ରାଂଶ; ସମ୍ପୂର୍ଣ୍ଣ ବାଉଁଶ ଓ ବାଡ଼ିରେ ତିଆରି ଆସବାବପତ୍ର, ହରିକେନ୍ ଲଣ୍ଠନ, କିରାସିନି ଲ୍ୟାବ୍, ପ୍ରେସର୍ ଲ୍ୟାମ୍ପ, କାଚ ଚିମ୍ନି, ପାନିଆ, ହେୟାର ପିନ୍, କର୍ଲିଂ ଗ୍ରିପ୍, ଶିଶୁ ବ୍ୟବହାର କରୁଥିବା ନାପ୍କିନ୍, ଡାଏପର୍ ଓ କ୍ଲିନିକାଲ୍ ଡାଏପର୍କୁ ୧୨ ପ୍ରତିଶତ ସ୍ଲାବ୍ରୁ ହଟାଇ ୫ ପ୍ରତିଶତରେ ସାମିଲ କରାଯାଇଛି। ସେହିପରି ୧୮ ପ୍ରତିଶତ ସ୍ଲାବ୍ରୁ ବାହାର କରି ୫ ପ୍ରତିଶତ ସ୍ଲାବ୍ରେ ସାମିଲ କରାଯାଇଥିବା ଜିନିଷଗୁଡ଼ିକ ହେଉଛି ସୁଗନ୍ଧ ପାଉଡର୍, ମୁଖରେ ଲଗାଯାଉଥିବା ପାଉଡର୍, କେଶ ତୈଳ, ସାମ୍ପୁ, ଦାନ୍ତ ଫ୍ଲସ୍, ଟୁଥ୍ପେଷ୍ଟ୍, ସେଭିଂ କ୍ରିମ୍, ସେଭିଂ ଲୋସନ୍, ସେଭିଂ ପରେ ଲଗାଯାଉଥିବା ଲୋସନ୍, ଶୌଚାଳୟ ସାବୁନ।