ନୂଆଦିଲ୍ଲୀ: ସାରା ଦୁନିଆର ବିକାଶ ଗତି କମ୍ ହେଉଥିବା ବେଳେ ଏସିଆରେ ବଢ଼ୁଛି। ବର୍ତ୍ତମାନ ଦୁନିଆରେ ଯେଉଁ ନୀତି ଓ ବ୍ୟବସ୍ଥା ପ୍ରଚଳିତ ରହିଛି ଯଦି ତାହା ବଜାୟ ରହିବ ତେବେ ଆଗାମୀ ୪୦ ବର୍ଷ ଭିତରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏସିଆର ଦୁଇ ମହାଶକ୍ତି ଚୀନ୍ ଓ ଭାରତ କବ୍ଜାରେ ବିଶ୍ୱ ଅର୍ଥନୀତିର ଅଧା ଭାଗ ରହିବ। ଦୁନିଆର ଅଧା ଉତ୍ପାଦନ ଏହି ଦୁଇ ଦେଶରେ ହେବ। ଏଭଳି ଆକଳନ କରିଛି ଅର୍ଥନୈତିକ ସହଯୋଗ ଓ ବିକାଶ ସଂଗଠନ (ଓଇସିଡି)। ଓଇସିଡି ଏହାର ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ପ୍ରଦାନ କରିଛି। ଏଥିରେ କୁହାଯାଇଛି ଯେ, ଏସିଆ ହେବ ବିଶ୍ୱର ଆର୍ଥିକ ଶକ୍ତି କେନ୍ଦ୍ର। ରିପୋର୍ଟରେ ସାମାଜିକ ଓ ଆର୍ଥିକ ଢାଞ୍ଚାକୁ ନେଇ ଗଭୀର ଚିନ୍ତା ପ୍ରକଟ କରାଯାଇଛି। ରୋବଟ୍ ସହାୟକ ଓ ଉଡ଼ନ୍ତା ଟ୍ରେନ୍ ଯୋଗୁ ବିଶେଷ କିଛି ଅସୁବିଧା ହେବନାହିଁ ବୋଲି ଏଥିରେ କୁହାଯାଇଛି। ଉଦୀୟମାନ ଦେଶଗୁଡ଼ିକରେ ପ୍ରଶାସନିକ ଓ ଶିକ୍ଷା କ୍ଷେତ୍ରରେ ସଂସ୍କାର ଯୋଗୁଁ ପୁଞ୍ଜିନିବେଶ ପରିମାଣ ବଢ଼ିବ। ବ୍ରାଜିଲ, ରୁଷିଆ, ଭାରତ, ଇଣ୍ଡୋନେସିଆ, ଚୀନ୍ ଓ ଦକ୍ଷିଣ ଆଫ୍ରିକାରେ ଲୋକମାନଙ୍କ ଜୀବନ ଧାରଣ ମାନରେ ୫୦% ଭଳି ଉନ୍ନତି ହେବ। ଭବିଷ୍ୟତରେ ପରିବାର ପାଇଁ ଅଧିକ ସୁବିଧା ସୁଯୋଗ ମିଳିବ। ଟିକସ ପରିମାଣ କମ୍ ହେବ ଓ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଯୋଗୁଁ ଲୋକମାନଙ୍କୁ ସୁବିଧାରେ କାମ ମିଳିବ। ଫଳରେ ବେକାରୀ ସମସ୍ୟା ଅନେକାଂଶରେ ଦୂର ହୋଇଯିବ। ଲୋକମାନେ ଅଧିକ ବର୍ଷ ବଞ୍ଚିବେ। ଫଳରେ ଆଇନଗତ ଅବସର ବୟସ ସୀମା ବୃଦ୍ଧି ପାଇବ। ଗବେଷଣା ଓ ବିକାଶ କାର୍ଯ୍ୟରେ ଅଧିକ ପୁଞ୍ଜିନିବେଶ ହେବ। ଶ୍ରମିକମାନଙ୍କ ଦକ୍ଷତା ବଢ଼ିବ। ଉନ୍ନତ ସରକାରୀ ଭିତ୍ତିଭୂମିର ଉପଲବ୍ଧତା ବଢ଼ିବ। ଫଳରେ ଲୋକମାନଙ୍କ ଜୀବନ ଧାରଣ ମାନରେ ଆଶନୁରୂପ ଉନ୍ନତି ହୋଇପାରିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି।
୨୦୬୦ରେ କ’ଣ ହେବ? ଅଧା ଦୁନିଆ ଭାରତ-ଚୀନ୍ କବ୍ଜାରେ ରହିବ
ଏସିଆ ହେବ ବିଶ୍ୱର ଶକ୍ତି କେନ୍ଦ୍ର, ୫୦% ଉତ୍ପାଦନ ଚୀନ୍-ଭାରତରେ ହେବ
/sambad/media/post_attachments/wp-content/uploads/2018/07/india-china.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)