ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ଟୋଲ୍ ଆଦାୟ କରିବା ଏବଂ ଟୋଲ୍ ଗେଟ୍ରେ ହେଉଥିବା ଭିଡ଼ ହ୍ରାସ କରିବା ଲାଗି ୨୦୧୭ ଅକ୍ଟୋବରରେ ଭାରତ ସରକାର ଫାସ୍ଟ୍ୟାଗ୍ ପ୍ରଚଳନ କରିଥିଲେ। ଏହା ହେଉଛି ରେଡିଓ ଫ୍ରିକ୍ୟୁଏନସି ଆଇଡେଣ୍ଟିଫିକେସନ୍ ଟେକ୍ନୋଲୋଜି (ଆର୍ଏଫ୍ଆଇଡି)। ଏହା ଏକ ପ୍ଲାଷ୍ଟିକ୍ ଷ୍ଟିକର ଭଳି ଜିନିଷ। ତାହାକୁ ବ୍ୟାଙ୍କ ଠାରୁ ମଗାଇବା ପରେ ଗାଡ଼ିର ସାମ୍ନା କାଚ ମଝିରେ ଭିତର ପଟୁ ଲଗାଇବାକୁ ହେବ। ଗାଡ଼ି ଟୋଲ୍ ଗେଟ୍ରେ ପାସ୍ କରିବା ବେଳେ ସେଥିରେ ଥିବା ରିଡର୍ ଜରିଆରେ ଗାଡ଼ି ସମ୍ପର୍କିତ ତଥ୍ୟ ମିଳିଯିବ। ଫାସ୍ଟ୍ୟାଗ୍ରେ ଥିବା ବାଲାନ୍ସରୁ ଟଙ୍କା କଟିଯିବ। ମୋବାଇଲ୍ କିମ୍ବା ଡିଟିଏଚ୍ ରିଚାର୍ଜ ଭଳି ଲୋକମାନେ ଫାସ୍ଟ୍ୟାଗ୍ ରିଚାର୍ଜ କରିପାରିବେ। ଗ୍ରାହକମାନେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏକ୍ସିସ ବ୍ୟାଙ୍କ, ଏଚଡିଏଫ୍ସି ବ୍ୟାଙ୍କ ଏବଂ ପେଟିଏମ୍ ଭଳି ସଂସ୍ଥାରୁ ଫାସ୍ଟ୍ୟାଗ୍କୁ ଅନଲାଇନରେ ମଗାଇପାରିବେ। ବ୍ୟାଙ୍କ/ସଂସ୍ଥାର ୱେବସାଇଟ୍ର ହୋମପେଜ୍କୁ ଯିବାପରେ ସେଥିରେ ‘Get FASTag’ / ‘Apply for FASTag’ ଭଳି ଲେଖା ଥିବା ଲିଙ୍କ୍ ଉପରେ କ୍ଲିକ୍ କରିବାକୁ ହେବ। ସେଥିରେ ଦିଆଯାଇଥିବା ନିର୍ଦେଶ ଅନୁସାରେ ମୋବାଇଲ୍ ନମ୍ବର, ନାମ, ଇମେଲ ଆଇଡି, ଠିକଣା, ଗାଡ଼ି ଆଦିର ବିବରଣୀ ହେବାକୁ ହେବ। ଅନଲାଇନରେ ଆବେଦନ ଦାଖଲ କରିସାରିବା ପରେ ଫି ବା ଶୁଳ୍କ ଦାଖଲ କରିହେବ। ଟୋଲ ପ୍ଲାଜା, ବ୍ୟାଙ୍କ ଶାଖା, ପେଟ୍ରୋଲ ପମ୍ପ ଆଦିରୁ ମଧ୍ୟ ଫାସଟ୍ୟାଗ୍ ପାଇପାରିବେ। ଏନ୍ଏଚ୍ଏଆଇ ପକ୍ଷରୁ ରାଜ୍ୟର ବିଭିନ୍ନ ଟୋଲ ପ୍ଲାଜାରେ ମଧ୍ୟ ଫାସଟ୍ୟାଗ୍ ଦେବା ଲାଗି ପିଓଏସ୍ର ବ୍ୟବସ୍ଥା କରାଯାଇଛି।
ଫାସ୍ଟ୍ୟାଗ୍ କ’ଣ?
/sambad/media/post_attachments/wp-content/uploads/2021/02/fast-tag.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)