ଏଆଇ ବା କୃତ୍ରିମ ବୁଦ୍ଧିମତା କ’ଣ?
ମଣିଷର ମସ୍ତିଷ୍କ ଯେଉଁଭଳି କାର୍ଯ୍ୟ କରୁଛି ତାହା ପ୍ରଯୁକ୍ତି ରୂପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଭାବେ ଉଭା ହୋଇଛି। ଶିଶୁଟିଏ ଜନ୍ମ ହେବା ବେଳେ ତାହା କିଛି ଜାଣିନଥାଏ। ବୟସ ବଢ଼ିବା ସହିତ ଅନେକ ଘଟଣା ଶିଶୁଟିର ମୁଣ୍ଡରେ ଭର୍ତ୍ତି ହୁଏ ଏବଂ ସେହି ଅନୁସାରେ ସେ ବିଭିନ୍ନ ବିଷୟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରେ। ଉଦାହରଣ ସ୍ବରୂପ ନିଆଁକୁ ଛୁଇଁଲେ ପୋଡ଼ିଯିବାର ଭୟ ରହିଛି ବୋଲି ଶିଶୁଟି ସେ ପର୍ଯ୍ୟନ୍ତ ଜାଣିନଥାଏ ଯେପର୍ଯ୍ୟନ୍ତ ତାହା ସେଭଳି କିଛି ଅନୁଭୂତି ପାଇନଥାଏ। ଥରେ ନିଆଁକୁ ଛୁଇଁବା ପରେ ତାହାର ମସ୍ତିଷ୍କରେ ସେହି କଥା ରହିଯାଏ ଯେ ତାହା ବିପଦପୂର୍ଣ୍ଣ। ତେଣୁ ପରବର୍ତ୍ତୀ ସମୟରେ ସେଭଳି କାର୍ଯ୍ୟଠାରୁ ଶିଶୁଟି ଦୂରେଇ ରୁହେ।
Sambad is now on WhatsApp
Join and get latest news updates delivered to you via WhatsApp
ମଣିଷ ମସ୍ତିଷ୍କର ସେହି ଅବିକଳ ଭାବନାକୁ କମ୍ପ୍ୟୁଟର କୋଡ୍ ଜରିଆରେ ପ୍ରଯୁକ୍ତିର ରୂପ ଦିଆଯାଇଛି। ମଣିଷ ଯେଭଳି ଭାବୁଛି ମେସିନ ସେଭଳି ଭାବିପାରୁଛି। କୃତ୍ରିମ ଉପାୟରେ ଏହି ଶକ୍ତିକୁ ବିକାଶ କରାଯାଇଥିବାରୁ ତାହାକୁ କୃତ୍ରିମ ବୁଦ୍ଧିମତା କୁହାଯାଉଛି। ମଣିଷ ଓ ଏଆଇ ଭିତରେ ସବୁଠୁ ବଡ଼ ପାର୍ଥକ୍ୟ ହେଉଛି ମଣିଷ ଯାହା କରେ ସବୁ କିଛି ଠିକ୍ ହୋଇନଥାଏ। ବିଭିନ୍ନ ଲୋକଙ୍କ କାମ ଭିନ୍ନ ଭିନ୍ନ ହୋଇଥାଏ। କାରଣ ସମସ୍ତଙ୍କ ମେଧା ଶକ୍ତି ସମାନ ନୁହେଁ। କିନ୍ତୁ ଏଆଇ ସବୁ କିଛି ସଠିକ୍ ଭାବେ କରିଥାଏ। ତେଣୁ ତାହା ମଣିଷଠାରୁ ଉନ୍ନତ ସ୍ଥାନରେ ରହିବ। ଯଦି ମଣିଷ କରୁଥିବା କାମକୁ ଏଆଇ କରିବ ତେବେ ମଣିଷଙ୍କ ଆବଶ୍ୟକତା ରହିବନି। ଏହା ମାନବ ସମାଜ ପ୍ରତି ଏକ ବହୁତ ବଡ଼ ବିପଦ ସୃଷ୍ଟି କରିବ।