ହିଣ୍ଡେନବର୍ଗ ରିସର୍ଚ୍ଚ କମ୍ପାନି କ’ଣ?

ହିଣ୍ଡେନବର୍ଗ ରିସର୍ଚ୍ଚ ଆମେରିକାର ଏକ ସର୍ଟ ସେଲିଂ କମ୍ପାନି। ସର୍ଟ ସେଲିଂ କମ୍ପାନି ଅର୍ଥ ହେଉଛି ଏଭଳି ସଂସ୍ଥା ଷ୍ଟକ ମାର୍କେଟରେ କାରବାର କରୁଥିବା କମ୍ପାନିଗୁଡ଼ିକର ସେୟାର ମୂଲ୍ୟ କମିବା ଆଶାରେ ସେୟାର ବିକ୍ରି କରିଥାନ୍ତି। ପରେ ମୂଲ୍ୟ କମିଲେ ତାହାକୁ କିଣି ସେଥିରୁ ଲାଭ ଉଠାଇଥାନ୍ତି। ସାଧାରଣତଃ ସେୟାର ବଜାରରେ ନିବେଶ କରୁଥିବା ବ୍ୟକ୍ତିମାନେ ସେୟାର ମୂଲ୍ୟ ବଢ଼ିଲେ ଲାଭ ପାଇଁ ସେୟାର ବିକ୍ରି କରୁଥିବାବେଳେ ଏହି କମ୍ପାନିଗୁଡ଼ିକ ତାହାର ବିପରୀତ କାର୍ଯ୍ୟ କରିଥାନ୍ତି।

ତେବେ ଆମେରିକୀୟ କମ୍ପାନି ହିଣ୍ଡେନବର୍ଗ ରିସର୍ଚ୍ଚ ଫାର୍ମର ୱେବସାଇଟ୍‌କୁ ଗଲେ ଏହାର ଠିକଣା ସଂପର୍କରେ ସୂଚନା ମିଳି ନଥାଏ। ୨୦୧୭ରେ ନାଥନ ଆଣ୍ଡରସନ ନାମକ ଜଣେ ବ୍ୟକ୍ତିଙ୍କ ଦ୍ବାରା ଉକ୍ତ କମ୍ପାନି ଆରମ୍ଭ ହୋଇଛି। ନାଥନଙ୍କ ସିଏଫଏ ଏବଂ ସିଏଆଇଏ ସମେତ ଅନ୍ୟାନ୍ୟ ଯୋଗ୍ୟତା ରହିଛି। ତେ‌ବେ ସେ ପୂର୍ବରୁ ଆମ୍ବୁଲାନ୍ସ ଡ୍ରାଇଭର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। କର୍ପୋରେଟ୍ ଜାଲିଆତି ଖୋଳତାଡ଼ କରିବାରେ ଏହି କମ୍ପାନି କାର୍ଯ୍ୟ କରିଥାଏ। ଉକ୍ତ କମ୍ପାନିର କର୍ମଚାରୀ ସଂଖ୍ୟା ମାତ୍ର ୫ ହୋଇଥିବାରୁ ଏହାଦ୍ବାରା ପ୍ରକାଶିତ ରିପୋର୍ଟର ବିଶ୍ବସନୀୟତା ଉପରେ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ ଉଠିଲାଣି।
ଭାରତ ବିରୋଧରେ ଷଡ଼୍‌ଯନ୍ତ୍ର?

ଉକ୍ତ ରିପୋର୍ଟକୁ ଭାରତ ବିରୋଧରେ ଏକ ଷଡ଼୍‌ଯନ୍ତ୍ର ବୋଲି ମଧ୍ୟ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କରୋନା ମହାମାରୀ ଓ ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ପାଶ୍ଚାତ୍ୟ ଅର୍ଥନୀତିଗୁଡ଼ିକର ସ୍ଥିତି ଖରାପ ହୋଇଯାଇଛି। ଏଭଳି ସ୍ଥିତିରେ ଭାରତର ସ୍ଥିତି ଅପେକ୍ଷାକୃତ ଭଲ ରହିଛି। ଏହାବ୍ୟତୀତ ଭାରତ ଏହାର ସାର୍ବଭୌମତ୍ବ ସହିତ ସାଲିସ କରୁନାହିଁ। ରୁଷ-ୟୁକ୍ରେନ ଯୁଦ୍ଧ ପରେ ରୁଷ୍‌ ଠାରୁ ବିପୁଳ ପରିମାଣର ତେଲ କିଣିବା ଏବଂ ଡଲାର ବ୍ୟତୀତ ଅନ୍ୟାନ୍ୟ ମୁଦ୍ରାରେ କାରବାର କରିବାକୁ ପାଶ୍ଚାତ୍ୟ ଦେଶଗୁଡ଼ିକ ସହ୍ୟ କରିପାରୁନାହାନ୍ତି। ତେଣୁ ମୋଦୀ ସରକାରଙ୍କ ବିରୋଧରେ ନିକଟରେ ବ୍ରିଟେନର ସରକାରୀ ଗଣମାଧ୍ୟମ ବିବିସି ପକ୍ଷରୁ ଡକୁମେଣ୍ଟାରି ପ୍ରକାଶ କରାଯିବା ଏବଂ ଏବେ ଆମେରିକୀୟ କମ୍ପାନି ପକ୍ଷରୁ ଆଦାନି କମ୍ପାନି ବିରୋଧରେ ରିପୋର୍ଟ ଆସିବାକୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି।

ସମ୍ବନ୍ଧିତ ଖବର