ନୂଆଦିଲ୍ଲୀ: ଇଣ୍ଟରନେଟ୍ ଦୁନିଆରେ ‘ଏକ୍ସ’ର ମାଲିକ ଏଲନ ମସ୍କଙ୍କ ସାଟେଲାଇଟ୍‌ ଖୁବ୍‌ ଜଣାଶୁଣା।  ଏଲୋନ୍ ମସ୍କ ଇଣ୍ଟର୍‌ନେଟ୍‌ ଦୁନିଆରେ ନୂଆ ନୂଆ ପଦକ୍ଷେପ ନେଇଥାନ୍ତି। ଏବେ ମଧ୍ୟ ମସ୍କ ଏକ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି।

Advertisment

ଜାଣିବାକୁ ମିଳିଛି ଯେ ବିମାନ ଭିତରେ ମସ୍କ ବ୍ୟବସାୟିକ ଭାବରେ ଇଣ୍ଟରନେଟ୍ ସେବା ପ୍ରଦାନ କରିବାକୁ ଯୋଜନା କରିଛନ୍ତି। ଯାହାକି ଯାହା ଜିଓ ଏବଂ ଏୟାରଟେଲର ମୁଣ୍ଡବିନ୍ଧାର କାରଣ ପାଲଟିପାରେ ବୋଲି ଅନୁମାନ କରାଯାଉଛି।

ଆପଣଙ୍କ ମନକୁ ନିଶ୍ଚୟ ପ୍ରଶ୍ନ ଆସୁଥିବ ‌ଯେ ବିମାନ ଭିତରେ ଇଣ୍ଟର୍‌ନେଟ୍‌ ସେବା ପୁଣି କ’ଣ? ତେବେ ଆସନ୍ତୁ ଏହି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବା।

୨୦୦୩ ମସିହାରେ ଇନ୍-ଫ୍ଲାଇଟ୍ ଇଣ୍ଟରନେଟର (ବିମାନ ଭିତରେ ନେଟ୍‌ ସେବା) ଶୁଭାରମ୍ଭ କରାଯାଇଥିଲା। ଏହା ପ୍ରଥମେ ବୋଇଙ୍ଗ ପକ୍ଷରୁ ବ୍ରିଟିଶ ଏୟାରୱେଜ୍ ଦ୍ୱାରା ହୋଇଥିଲା। ବ୍ରିଟିଶ୍ ଏୟାରୱେଜ୍ ପ୍ରଥମ ବିମାନ ଥିଲା ଯେଉଁଥିରେ ଫ୍ଲାଇଟ୍ ଇଣ୍ଟରନେଟ୍ ସଂଯୋଗ ସ୍ଥାପନ କରାଯାଇଥିଲା।

ଟେକ୍ନୋଲୋଜି ବହୁତ ପୁରୁଣା ଥିଲା, ବିମାନଗୁଡ଼ିକ ଗ୍ରାଉଣ୍ଡ ଷ୍ଟେସନ ଉପରେ ନିର୍ଭର କରୁଥିଲେ। ଯାହା ସ୍ଥଳଭାଗରେ ଉଡ଼ିବା ସମୟରେ ସଙ୍କେତ ଦେଇଥାଏ ଏବଂ ସମୁଦ୍ରରେ ଉଡ଼ିବା ସମୟରେ ସାଟେଲାଇଟ୍‌ ଇଣ୍ଟର୍‌ନେଟ୍‌କୁ ସ୍ବିଚ୍‌ (ଇଣ୍ଟର୍‌ନେଟ୍‌ ବଦଳା  ଯାଉଥିଲା) କରାଯାଉଥିଲା। କିନ୍ତୁ ବର୍ତ୍ତମାନ ୨୦ ବର୍ଷ ପରେ ଇନ୍-ଫ୍ଲାଇଟ୍ ଇଣ୍ଟରନେଟ୍ ସେବା ଦ୍ରୁତ ଇଣ୍ଟରନେଟ୍ ପ୍ରଦାନ କରୁଛି, ଯାହା ଯାତ୍ରୀମାନଙ୍କୁ ବହୁତ ଭଲ ଅନୁଭୂତି ଦେଉଛି।

୨୦୧୯ ମସିହାରେ  ଷ୍ଟାରଲିଙ୍କ୍‌ ସାଟେଲାଇଟ୍ ସେବା ଆରମ୍ଭ କରାଯାଇଥିଲା। ବିମାନ ଏବଂ ବିମାନ ଚଳାଚଳ କ୍ଷେତ୍ରରେ ସାଟେଲାଇଟ୍ ଇଣ୍ଟରନେଟ୍ ସଂଯୋଗ ଆରମ୍ଭ କରାଯାଇଥିଲା। ଏବେ ଷ୍ଟାରଲିଙ୍କ୍‌ ସାଟେଲାଇଟ୍ ବ୍ୟବସାୟିକ ଭାବରେ ଇଣ୍ଟରନେଟ୍ ସେବା ପ୍ରଦାନ କରିବା କଥା ନିଶ୍ଚିତ ଭାବେ ଏକ ଭଲ ଖବର।