୨୦୧୮-୧୯ ବଜେଟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସରକାର ପ୍ରାୟ ୧୦ କୋଟି ଗରିବ ପରିବାରଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ବୀମା ସୁବିଧା ଦେଇଥିବା ବେଳେ ୮ଟି ବଡ଼ ଘୋଷଣା କରିଛନ୍ତି । ଜାଣନ୍ତୁ ଏହି ଘୋଷଣାଗୁଡ଼ିକୁ କ’ଣ?
୧. ପ୍ରାୟ ୧୦ କୋଟି ଗରିବ ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ବୀମା ସୁବିଧା।
୨. ଦେଶର ୧ ଲକ୍ଷ ପଞ୍ଚାୟତକୁ ଇଣ୍ଟରନେଟ ସହ ଯୋଡ଼ାଯିବ ।
୩. ଡିଜିଟାଲ ଇଣ୍ଡିଆ ପାଇଁ ଖର୍ଚ୍ଚ ହେବ ୩୦୩୬ କୋଟି ।
୪. ସ୍ୱଚ୍ଛ ଭାରତ ଯୋଜନାରେ ଦେଶବ୍ୟାପୀ ୬ କୋଟି ଶୌଚାଳୟ ନିର୍ମାଣ ହୋଇଛି । ଆସନ୍ତା ୨ ବର୍ଷରେ ଆଉ ୨ କୋଟି ଶୌଚାଳୟ ନିର୍ମାଣ ହେବ ।
୫. ଖରିପ ଫସଲ ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ମୂଲ୍ୟର ୧.୫ ଗୁଣ ବୃଦ୍ଧି ।
୬. ପଶୁପାଳନ ଓ ମତ୍ସ୍ୟଚାଷ ପାଇଁ ୧୦ ହଜାର କୋଟିର ବ୍ୟୟବରାଦ
୭. ୨୦୧୮-୧୯ ଶେଷ ସୁଦ୍ଧା ୯ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ ସଂପୂର୍ଣ୍ଣ ହେବ।
୮. କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (MSME) ସଂସ୍ଥାଙ୍କ ଉପରେ ଆଦାୟ ହେଉଥିବା କର୍ପରେଟ୍ ଟିକସ ୨୫%କୁ ହ୍ରାସ