କେଉଁ ୬ଟି କାରଣରୁ ଜିଓକୁ ମିଳିଲା ଏତିକି ସଫଳତା?

ବର୍ଷ ସାରା ଜିଓର ଚର୍ଚ୍ଚା ଚାଲିବାର ଏକ ମୁଖ୍ୟ କାରଣ ହେଉଛି ତା’ର 4G ସ୍ପିଡ୍‌। ବର୍ଷ ସାରା ତା’ର ହାରାହାରି ସ୍ପିଡ୍‌ ପ୍ରାୟ ୨୦ Mbps ରହିଛି ବୋଲି କୁହାଯାଉଥିଲା।

 

ଜିଓ ବ୍ୟବହାରକାରୀଙ୍କୁ ଅଗଷ୍ଟ ମାସରେ ନୂଆ ରିଚାର୍ଜ କରିବାକୁ ପଡ଼ିଲା। ଏମିତିରେ କମ୍ପାନି ତାଙ୍କୁ ଟ୍ରିପଲ୍‌ କ୍ୟାସ୍‌ବେକ୍‌ ଅଫର୍‌ ଦେଲା (୩୯୯ରୁ ଉର୍ଦ୍ଧ୍ୱ ରିଚାର୍ଜ କ୍ଷେତ୍ରରେ)। ଏଥିରେ ୪୦୦ ଟଙ୍କାର ରିଚାର୍ଜ ଭାଉଚର୍‌, ୧୮୯୯ ଟଙ୍କାର ଅନ୍‌ଲାଇନ୍‌ ସପିଙ୍ଗ୍‌ ଭାଉଚର୍‌ ଓ ୩୦୦ ଟଙ୍କାର କ୍ୟାସ୍‌ବ୍ୟାକ୍‌ ଦିଆଯାଇଥିଲା। ମୋଟ୍‌ ହିସାବ କରି ଦେଖିଲେ ଫୋନ୍‌ ରିଚାର୍ଜ ବିନା ମୂଲ୍ୟରେ ହୋଇ ଯାଇଥିଲା।

 

ଜିଓ ପ୍ରଥମ ଥର ପାଇଁ 4G VoLTE ଫିଚର୍‌ ଫୋନ୍‌ ଲଞ୍ଚ୍‌ କରିଲା। ଏହା ଅଧିକ ଲୋକପ୍ରିୟ ହେବାର କାରଣ ହେଲା ମାତ୍ର ୧୫୦୦ ଟଙ୍କାର ରିଫଣ୍ଡେବଲ୍‌ ବା ଅର୍ଥ ଫେରସ୍ତ ଦିଆଯିବା ହିସାବରେ ଲଞ୍ଚ୍‌ କରାଯାଇଥିଲା। ଏହି ଫୋନ୍‌ରେ ଭିଡିଓ କଲିଙ୍ଗ୍‌ ସୁବିଧା ଓ ଭିଡିଓ ଆଉଟ୍‌ପୁଟ୍‌କୁ ଟିଭିରେ ଦେଖିବାର ଫିଚର୍‌ ମଧ୍ୟ ରହିଛି। ଏହାଛଡ଼ା ଏଥିରେ ଆହୁରି ଅନେକ ଫିଚର୍‌ ମଧ୍ୟ ରହିଛି।

 

ଜିଓକୁ ଟକ୍କର୍‌ ଦେବା ପାଇଁ ଏୟାର୍‌ଟେଲ୍‌, ଆଇଡିଆ ଓ ଭୋଡାଫୋନ୍‌ ମଧ୍ୟ ଶସ୍ତା 4G ସ୍ମାର୍ଟ୍‌ଫୋନ୍‌ ଅନ୍ୟ କମ୍ପାନିଙ୍କ ସହ ଟାଇଅପ୍‌ କରି ବିକ୍ରି ଆରମ୍ଭ କରିଥିଲେ, କିନ୍ତୁ ତାହା ସଫଳ ହେଲା ନାହିଁ। ସେତେବେଳେ ପ୍ରଥମ ଫ୍ଲାସ୍‌ ସେଲ୍‌ରେ ୬୦ ଲକ୍ଷ ଜିଓ ଫୋନ୍‌ର ପ୍ରି-ବୁକିଙ୍ଗ୍‌ ହୋଇସାରିଥିଲା।

 

ଜିଓ ଲଞ୍ଚ୍‌ ହେଲା ସେପ୍ଟେମ୍ବର ୨୦୧୬ରେ। ଏହି ସେବାକୁ କମ୍ପାନି ଜୁଲାଇ ୨୦୧୮ ପର୍ଯ୍ୟନ୍ତ ମାଗଣା ରଖିଲା। ଫଳରେ ଏୟାର୍‌ଟେଲ୍‌, ଭୋଡାଫୋନ୍‌, ଆଇଡିଆ ଆଦି ଅନ୍ୟ ସବୁ କମ୍ପାନି କ୍ଷତିର ସମ୍ମୁଖୀନ ହେଉଥିବାବେଳେ ଜିଓର କଷ୍ଟମର୍‌ ବେଶ୍‌ ବଢ଼ି ଚାଲିଲା।

 

ଏ ବର୍ଷ ଜିଓ ଦୀପାବଳି ପୂର୍ବରୁ JioFiର ମୂଲ୍ୟ ୫୦ ପ୍ରତିଶତ ପର୍ଯ୍ୟନ୍ତ କମ୍‌ କରିଦେଲା। ଫେଷ୍ଟିବ୍‌ ଅଫର୍‌ ନାଁରେ ଏହାକୁ ୧୯୯୯ରୁ ୯୯୯ ଟଙ୍କାରେ ବିକ୍ରି କରିଲା। JioFi ମାଧ୍ୟମରେ ଥରକେ ୩୧ଟି ଡିଭାଇସ୍‌ରେ ଇଣ୍ଟର୍‌ନେଟ୍‌ ବ୍ୟବହାର କରାଯାଇ ପାରିବ। ଫଳରେ ଅନ୍ୟ କମ୍ପାନିମାନଙ୍କର ରାଉଟର୍‌ ଓ ବ୍ରଡ୍‌ବ୍ୟାଣ୍ଡ୍‌ ସେବାରେ ସିଧାସଳଖ ପ୍ରଭାବ ପଡ଼ିଲା।

ସମ୍ବନ୍ଧିତ ଖବର