ବିବାଦୀୟ ସର୍ତ୍ତାବଳୀକୁ ଇଚ୍ଛାଧୀନ କରିବ ହ୍ବାଟସ୍‌ଆପ୍‌

ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍ ଏହାର ବିବାଦୀୟ ସର୍ତ୍ତାବଳୀ ଇଚ୍ଛାଧୀନ କରିବା ଉପରେ ବିଚାର କରୁଥିବା ଜଣାପଡ଼ିଛି। ନିଜ ମାଲିକ ଫେସ୍‌ବୁକ୍ ସହ ବ୍ୟବହାରକାରୀଙ୍କ ତଥ୍ୟ ବାଣ୍ଟିବା ଲାଗି ଏକ ନୂଆ ସେବା ସର୍ତ୍ତାବଳୀ ଜାରି କରି ତାହାକୁ ବାଧ୍ୟତାମୂଳକ ଭାବେ ଗ୍ରହଣ କରିବାକୁ ହ୍ବାଟସ୍‌ଆପ୍ ଚାପ ପକାଇଥିଲା। ତାହାକୁ ଦେଶରେ କଡ଼ା ବିରୋଧ କରାଯିବାରୁ ଏହି ନୀତି ଲାଗୁ କରିବାର ସମୟ ସୀମାକୁ କଂପାନି ଅନିର୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି। ଏହି ନୀତି ଲାଗୁ କଲେ ବ୍ୟବହାରକାରୀଙ୍କ ଅସନ୍ତୋଷର ଶିକାର ହେବା ଏବଂ ସେମାନଙ୍କୁ ହରାଇବାର ଆଶଙ୍କା ଥିବାରୁ ହ୍ବାଟସ୍‌ଆପ୍ ତାହାକୁ ଆଉ ଲାଗୁ କରିବାକୁ ଚାହୁନଥିବା ଜଣାପଡ଼ିଛି।

ଅନ୍ୟ ଏକ ଘଟଣାକ୍ରମରେ, ଭାରତ ସରକାରଙ୍କ ନୂଆ ସୂଚନା ପ୍ରଯୁକ୍ତି ନୀତି ୨୦୨୧କୁ ଚ୍ୟା‌ଲେଞ୍ଜ୍‌ କରିଥିବା ଫେସବୁକ୍‌ ଓ ହ୍ବାଟସ୍‌ଆପ୍ ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଅକ୍ଟୋବର ୨୨ ସୁଦ୍ଧା ନୋଟିସ୍‌ର ଜବାବ ରଖିବାକୁ କୋର୍ଟ କହିଛନ୍ତି। ହ୍ବାଟସ୍‌ଆପ୍ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଆଇଟି ନିୟମରେ ରହିଥିବା କେତେକ ବ୍ୟବସ୍ଥା ହେଉଛି ଅସାମ୍ବିଧାନିକ।

ସମ୍ବନ୍ଧିତ ଖବର