ଅଭିଯୋଗ ଶୁଣାଣି ଅଧିକାରୀ ନିଯୁକ୍ତ କଲା ହ୍ଵାଟ୍‌ସଆପ୍‌

ନୂଆଦିଲ୍ଲୀ: ସରକାରଙ୍କ ଚାପର ବଶବର୍ତ୍ତୀ ହୋଇ ହ୍ଵାଟ୍‌ସଆପ୍‌ ଶେଷରେ ଭାରତ ପାଇଁ ଜଣେ ଅଭିିଯୋଗ ଶୁଣାଣି ଅଧିକାରୀଙ୍କୁ ନିଯୁକ୍ତି ଦେଇଛି। କୋମଲ ଲାହିରୀ ନାମକ ଜଣେ ମହିଳା ଅଧିକାରୀ ଏଥିପାଇଁ ନିଯୁକ୍ତ ହୋଇଛନ୍ତି। ସେ ମଧ୍ୟ ହ୍ଵାଟ୍‌ସଆପ୍‌ର ବରିଷ୍ଠ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଛନ୍ତି। ଗତମାସ ଶେଷରେ କମ୍ପାନୀ ଏହି ନିଯୁକ୍ତି ଦେଇଛି। କମ୍ପାନୀ ପ୍ରବକ୍ତା ଏ ନେଇ କୌଣସି ଉତ୍ତର ଦେଇନାହାନ୍ତି। ତେବେ ହ୍ଵାଟ୍‌ସଆପ୍‌ େଓ୍ଵବସାଇଟ୍‌ରୁ ମିଳିଥିବା ସୂଚନା ଅନୁଯାୟୀ, ୟୁଜରମାନେ ଆପ୍‌ର ସେଟିଂରୁ ସିଧାସଳଖ କମ୍ପାନିର ସପୋର୍ଟ ଟିମ୍‌ଙ୍କ ସହ ଯୋଗାଯୋଗ ରକ୍ଷା କରିପାରିବେ। ଆବଶ୍ୟକ ମନେକଲେ ଅଭିଯୋଗ ଶୁଣାଣି ଅଧିକାରୀଙ୍କ ସହିତ ମଧ୍ୟ ଯୋଗାଯୋଗ ରଖିପାରିବେ। ହ୍ଵାଟସ୍‌ଆପ୍‌ର ଏଫଏକ୍ୟୁ (ବାରମ୍ବାର ପଚରାଯାଉଥିବା ପ୍ରଶ୍ନ)ରୁ ଏ ସମ୍ପର୍କରେ ଅଧିକ ସୂଚନା ବ୍ୟବହାରକାରୀମାନେ ପାଇପାରିବେ।

ସମ୍ବନ୍ଧିତ ଖବର