ସାନ୍ ଫ୍ରାନ୍ସିସ୍କୋ: ବିଶ୍ବର ଏକ ନମ୍ବର ମୋବାଇଲ୍ ମେସେଜିଂ ଆପ୍, ହ୍ବାଟସ୍ଆପ୍ ପକ୍ଷରୁ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ନୂଆ ‘ପିକ୍ଚର୍-ଇନ୍-ପିକ୍ଚର୍’ ବୈଶିଷ୍ଟ୍ୟ ଆରମ୍ଭ କରାଯାଇଛି। ଏହା ହେଉଛି ଏଭଳି ଏକ ସୁବିଧା ଯାହା ଜରିଆରେ ହ୍ବାଟସ୍ଆପ୍ ଭିତରେ ଭିଡିଓକୁ ଦେଖିହେବ। ଏବେ ହ୍ବାଟସ୍ଆପ୍ରେ ଲିଙ୍କ୍ ଜରିଆରେ ଆସୁଥିବା ଭିଡିଓଗୁଡ଼ିକୁ ଦେଖିବାକୁ ହେଲେ ଉକ୍ତ ଲିଙ୍କ୍ରେ ଥିବା ତୃତୀୟ ପକ୍ଷ ୱେବସାଇଟ୍ ଖୋଲିବାକୁ ପଡ଼ୁଛି। କିନ୍ତୁ ପିକ୍ଚର୍-ଇନ୍-ପିକ୍ଚର୍ ବୈଶିଷ୍ଟ୍ୟ କାର୍ଯ୍ୟକାରୀ କରାଯାଇଥିବାରୁ ସେହି ଚାଟ୍ ପେଜ୍ରେ ହିଁ ଭିଡିଓଗୁଡ଼ିକୁ ଦେଖିହେବ। ତୃତୀୟ ପକ୍ଷ ଲିଙ୍କ୍ ଖୋଲିବା ଦରକାର ପଡ଼ିବନି। ହ୍ବାଟସ୍ଆପ୍ର ସଦ୍ୟତମ ଭର୍ସନ୍ରେ ଏହି ଅପ୍ଡେଟ୍ ଉପଲବ୍ଧ ହୋଇଛି। ଏହି ସୁବିଧା ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ପୂର୍ବରୁ ଉପଲବ୍ଧ ଥିଲା। ଏବେ ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ମଧ୍ୟ ସେହି ସୁବିଧା ପାଇପାରିବେ।
ହ୍ବାଟସ୍ଆପ୍ରେ ‘ପିକ୍ଚର୍-ଇନ୍-ପିକ୍ଚର୍’ ମୋଡ୍
/sambad/media/post_attachments/wp-content/uploads/2018/12/whatsapp_660_082018015154-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)