ମୁୁମ୍ବାଇ: ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟ୍ସଆପ୍ ତାର ବ୍ୟବହାରକାରୀଙ୍କ ପାଇଁ କିଛି ଦିନ ଅନ୍ତରରେ କିଛି ନା କିଛି ପରିବର୍ତ୍ତନ କରିଥାଏ। ଅନେକ ଥର ପରିବର୍ତ୍ତନରେ ବ୍ୟବହାରକାରୀ ଖୁସି ହୋଇଥିବା ବେଳେ ଏଥର କିନ୍ତୁ ଦୁଃଖି ହୋଇଛନ୍ତି। କାରଣ ଏଣିକି କମ୍ପାନି ତା’ର ଏକ ମାଗଣା ସେବାକୁ ବନ୍ଦ କରିବାକୁ ଯାଉଛି। ଏଥିପାଇଁ ଗ୍ରାାହକମାନେ ଏକ ବଡ଼ ସମସ୍ୟାର ସାମ୍ନା କରିବାକୁ ଯାଉଛନ୍ତି।
କାରଣ ଏବେ ହ୍ବାଟ୍ସଆପ୍ ଯେପରି ପୂର୍ବରୁ ବ୍ୟାକ୍ଅପ୍ ସୁବିଧା ଦେଉଥିଲା ସେପରି ଆଉ ଦେବ ନାହିଁ। ଆଗ ପରି ହ୍ବାଟ୍ସଆପ୍ର ବ୍ୟାକ୍ଅପ୍ ଆଉ ମାଗଣା ନୁହେଁ। ଏଥର ବ୍ୟବହାରକାରୀଙ୍କୁ ସ୍ପେସ୍ ପାଇଁ ଦେୟ ଦେବାକୁ ପଡ଼ିବ।
ପୂର୍ବରୁ ଆମେ ଯେତେ ଇଛା ଚାଟ୍ ଗୁଗୁଲ୍ରେ ରଖି ପାରୁଥିଲେ। ଏବେ ଗୁଗୁଲ୍ରେ ଚାଟ୍ ରଖିଲେ ତାହା ସେହି ଜିମେଲର ଫ୍ରି ୧୫ ଜିବିରେ ହିଁ ଗଣନା ହେବ। ଆଉ ମନ ଇଚ୍ଛା ଚାଟ୍କୁ ସେଭ୍ କରି ରଖି ପାରିବେନି ବ୍ୟବହାରକାରୀ।
ଏଣିକି ବ୍ୟବହାରକାରୀଙ୍କୁ ଅତିରିକ୍ତ ସ୍ପେସ୍ ପାଇଁ ଟଙ୍କା ଦେବାକୁ ପଡିବ। ପୂର୍ବରୁ ଏଥିପାଇଁ କୌଣସି ଦେୟ ଦେବାକୁ ପଡୁନଥିଲା। ନିକଟରେ କମ୍ପାନି ଏନେଇ ଏକ ଘୋଷଣା କରିଛି ଯେ ଏଥର ଗ୍ରାହକଙ୍କୁ କେବଳ ୧୫ ଜିବି ଗୁଗୁଲ୍ ସ୍ପେସ ମିଳିବ। ସେହି ସ୍ପେସ୍ ମଧ୍ୟରେ ହିଁ ବ୍ୟବହାରକାରୀ ସେମାନଙ୍କ ଚାଟ୍କୁ ସେଭ୍ କରି ରଖିପାରିବେ।
ତେଣୁ ଯଦି ଆପଣଙ୍କର କିଛି ଅଯଥା ମେସେଜ୍ ବା ଫଟୋ, ଭିଡିଓ ଆଦି ରହିଛି ତାହାକୁ ଡିଲିଟ୍ କରି ଆପଣ ସ୍ପେସ୍ ମ୍ୟାନେଜ୍ମେଣ୍ଟ୍ କରିପାରିବେ।