ହ୍ଵାଟ୍‌ସଆପ୍‌ ଗୋଲ୍ଡ୍‌ ଭାଇରସ ଆଲର୍ଟ: ଏହି ନାମରେ ଅପ୍‌ଡେଟ୍‌ ପାଇଁ ଆସୁଥିବା ମେସେଜ୍‌ ଉପରେ କ୍ଲିକ୍‌ କରିବା ମାତ୍ରେ ଚୋରି ହୋଇଯିବ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ

ପୂର୍ବରୁ ହ୍ଵାଟ୍‌ସଆପ୍‌କୁ ନେଇ ଅନେକ ଚର୍ଚ୍ଚା ହୋଇ ସାରିଥିବା ବେଳେ ଏବେ ହ୍ଵାଟ୍‌ସଆପ୍‌ ଗୋଲ୍‌ଡ଼କୁ ନେଇ ସତର୍କ ସୂଚନା ଜାରି କରାଯାଇଛି । ହ୍ଵାଟ୍‌ସଆପ୍‌ ମାଧ୍ୟମରେ ମିଛ ବାର୍ତ୍ତା ପଠାଇ କିଛି ଲୋକ ହିଂସାତ୍ମକ କାମ କରାଉଥିବାରୁ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଯାହା ପରେ ହ୍ଵାଟ୍‌ସଆପ୍‌ ପକ୍ଷରୁ ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ଆସୁଥିବା ଏଭଳି ମେସେଜକୁ ପ୍ରସାର ନ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଥିଲା ।

Quartz

ଏବେ ପୁଣି ହ୍ଵାଟ୍‌ସଆପ୍‌ ଗୋଲ୍‌ଡ଼କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଟୁଇଟରରେ ଜଣେ ବ୍ୟବହାରକାରୀ ଅନେକ ହ୍ଵାଟ୍‌ସଆପ୍‌ ବ୍ୟବହାରକାରୀଙ୍କୁ ହାଟ୍‌ସଆପ୍‌ ଅପ୍‌ଡ଼େଟ୍‌ କରିବା ପାଇଁ ନକଲି ଭିଡିଓ ମେସେଜ ଆସୁଥିବା ବେଳେ ଏହାକୁ ଡାଉନ୍‌ଲୋଡ୍‌ କରିବା ପରେ ଏହା ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟା ଚୋରି କରୁଥିବା ନେଇ ପୋଷ୍ଟ କରିଥିଲେ । ସୋସିଆଲ ମିଡିଆରେ ଏହି ଖବର ପ୍ରସାର ହେବା ପରେ ଫ୍ୟାକ୍ଟ ଚେକିଂ େଓ୍ଵବ୍‌ସାଇଟ୍‌ ସ୍ନୋପ୍‌ସ ଭିଡିଓକୁ ନେଇ ତଦନ୍ତ କରିଥିଲା । ଯାହା ପରେ ଭାଇରାଲ ହେଉଥିବା ମେସେଜ୍‌ଟି ମିଛ ବେଲି ଜଣା ପଡ଼ିଥିଲା । ଏହା ସହ ଏଭଳି ମେସେଜ୍‌ କୌଣସି ହ୍ଵାଟ୍‌ସଆପ୍‌ ବ୍ୟବହାରକାରୀ ପାଇ ନଥିବା ମଧ୍ୟ ସ୍ପଷ୍ଟ ହୋଇଥିଲା । ତେବେ ଖବରଟି ମିଛ ହୋଇଥିଲେ ମଧ୍ୟ ହ୍ଵାଟ୍‌ସଆପ୍‌ ବ୍ୟବହାରକାରୀଙ୍କୁ ସତର୍କ ରହିବା ସହ ଯଦି ଏଭଳି ମେସେଜ୍‌ ଆସେ ତେବେ ତାକୁ ଅଣଦେଖା କରିବା ପାଇଁ ସୂଚନା ଦିଆ ଯାଇଛି ।

ସମ୍ବନ୍ଧିତ ଖବର