ହ୍ଵାଟସ୍ଅପ୍ ବ୍ୟବହାରକାରୀଙ୍କ ଲାଗି ଖୁସି ଖବର! ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ହ୍ଵାଟସ୍ଅପ୍ ତରଫରୁ
ଉପଭୋକ୍ତାମାନଙ୍କ ପାଇଁ ସବୁଠାରୁ ଆକର୍ଷଣୀୟ ଫିଚର୍କୁ ଲଞ୍ଚ୍ କରାଯାଇଛି। ତେବେ, ଏହି ଫିଚର୍ଟି ଆସିବା ପରେ ଦୁଃଖି ହୋଇଥିବା ବ୍ୟବହାରକାରୀଙ୍କ ତୁଳନାରେ ଖୁସି ହୋଇଥିବା ବ୍ୟବହାରୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଅଟେ।
ସୂଚନା ମୁତାବକ, ବହୁଦିନର ଅପେକ୍ଷା ପରେ ହ୍ଵାଟସ୍ଅପ୍ ତରଫରୁ ‘ରିକଲ୍ ଫିଚର୍’କୁ ଲଞ୍ଚ୍ କରାଯାଇଛି। ଯାହାକୁକି ଉପଭୋକ୍ତାମାନେ ନୂତନ ଭାବରେ ଅପ୍ଡେଟ୍ କରିବା ମାତ୍ରକେ ହିଁ ଆପଣଙ୍କ ଦ୍ୱାରା ଆପଣଙ୍କ ବନ୍ଧୁଙ୍କ ନିକଟକୁ ପଠାଯାଇଥିବା ‘ଏସ୍ଏମ୍ଏସ୍’ଟି ଆପେ ଆପେ ଡିଲିଟ୍ ହୋଇଯିବ। ତେବେ ପୂର୍ବରୁ ଆପଣ ଏହି ‘ଏସ୍ଏମ୍ଏସ୍’କୁ ଡିିଲିଟ୍ କରିଥିଲେ ବି, ଯେଉଁ ବନ୍ଧୁ ଜଣଙ୍କ ନିକଟକୁ ଉକ୍ତ ଏସ୍ଏମ୍ଏସ୍ କୁ ପଠାଇଥିଲେ ତାହା ଡିଲିଟ୍ ହେଉ ନଥିଲା। ହେଲେ ଏହି ନୂତନ ଫିଚର୍ ଯୋଗୁଁ ଏବେ ଏହା ସମ୍ଭବ ହୋଇଛି।
ଏପରି କରନ୍ତୁ ହ୍ଵାଟସ୍ଅପ୍ ରିକଲ୍ ଫିଚର୍ର ପ୍ରୟୋଗ!....
ତେବେ ଏହି ନୂତନ ଫିଚର୍ର ଉପଯୋଗ କରିବାକୁ ହେଲେ ପ୍ରଥମତଃ ଆପଣଙ୍କୁ ଆପଣଙ୍କର ‘ହ୍ଵାଟସ୍ଅପ୍’କୁ ଅପ୍ଡେଟ୍ କରିବାକୁ ହେବ। ଏହାପରେ ସେଟିଙ୍ଗ୍କୁ ଯାଇ ଆପଣଙ୍କର କୌଣସି ଏକ ଫ୍ରେଣ୍ଡ୍ସକୁ କିଛି ବି ହେଲେ ଏସ୍ଏମ୍ଏସ୍ ପଠାଇବା ସହିତ ତାହାକୁ ଡିଲିଟ୍ କରିବାକୁ ପଡ଼ିବ। ତେବେ ଏହି ମେସେଜ୍କୁ ଡିଲିଟ୍ କରିବା ସମୟରେ ଉପଭୋକ୍ତାଙ୍କୁ ୩ଟି ଅପ୍ସନ୍ ଯଥା- ୧: ଡିିଲିଟ୍ ଫର୍ ମି, ୨: କ୍ୟାନ୍ସଲ୍,ଏବଂ ୩: ଡିିଲିଟ୍ ଫର୍ ଏଭ୍ରିଓ୍ଵାନ୍ ଦେଖାଯିବ। ଏହାପରେ ଆପଣ ‘ଡିିଲିଟ୍ ଫର୍ ମି’ ଅପ୍ସନ୍ରେ କ୍ଲିକ୍ କରିଲେ ଆପଣଙ୍କ ହ୍ଵାଟସ୍ଆପ୍ରୁ ଉକ୍ତ ମେସେଜ୍ଟି ଡିଲିଟ୍ ହୋଇଯିବ ସତ, ହେଲେ ଆପଣଙ୍କ ବନ୍ଧୁ ହ୍ଵାଟସ୍ସଆପ୍ରୁ ନୁହେଁ; ତେଣୁ ଏଠାରେ ଆପଣଙ୍କୁ ‘ଡିଲିଟ୍ ଫର୍ ଏଭ୍ରିଓ୍ଵାନ୍’ ଅପ୍ସନ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଯାହା ଦ୍ୱାରାକି ଆପଣଙ୍କ ହ୍ଵାଟସ୍ଆପ୍ ସହିତ ଆପଣଙ୍କ ବନ୍ଧୁର ହ୍ଵାଟସ୍ଆପ୍ରୁ ମଧ୍ୟ ଉକ୍ତ ମେସେଜ୍ଗୁଡ଼ିକ ଡିିଲିଟ୍ ଆପେ ଆପେ ହୋଇଯିବ। ଏଥିସହିତ ସେହି ମେସେଜ୍ଗୁଡ଼ିକ ଡିଲିଟ୍ ହୋଇଗଲା ପରେ ଆପଣଙ୍କୁ ‘ଦିସ୍ ମେସେଜ୍ ଓ୍ଵାଜ୍ ଡିଲିଟେଡ଼୍ ଫର୍ ଏଭ୍ରିଓ୍ଵାନ୍’ ବୋଲି ଦେଖିବାକୁ ମିଳିିବ। ତେବେ, ହଁ ଆପଣଙ୍କୁ ଏହା ବି ମନେରଖିବାକୁ ହେବ ଯେ ଯେପରି ଆପଣ ଆପଣଙ୍କ ବନ୍ଧୁଙ୍କୁ ପଠାଇଥିବା ମେସେଜ୍କୁ ପଠାଇବାର ୭ ମିନିଟ୍ ଭିତରେ ହିଁ ଡିଲିଟ୍ କରନ୍ତି ବୋଲି! ଆଉ ଯଦି ଆପଣ ଏପରି କରନ୍ତିନି ତ, ତେବେ ଏହା ଡିଲିଟ୍ ହେବ ନାହିଁ। ତେଣୁ ଆପଣ ୭ ମିନିଟ୍ ଭିତରେ ଉକ୍ତ ମେସେଜ୍କୁ ଡିିଲିଟ୍ କରିଲେ ଯାଇ ଆପଣଙ୍କ ହ୍ଵାଟସ୍ଆପ୍ ସହିତ ଆପଣଙ୍କ ବନ୍ଧୁଙ୍କ ହ୍ଵାଟସ୍ଅପ୍ରୁ ମଧ୍ୟ ସେହି ମେସେଜ୍ଗୁଡ଼ିକ ଆପେଆପେ ଡିଲିଟ୍ ହୋଇଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/l_196480_125030_updates.jpg)