ନୂଆଦିଲ୍ଲୀ: ସ୍ମାର୍ଟଫୋନର ବ୍ୟବହାର ବଢିବା ସାଙ୍ଗକୁ ହ୍ଵାଟ୍ସଆପର ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ତେବେ ହ୍ଵାଟ୍ସଆପ ପକ୍ଷରୁ କିଛି ନୂଆ ଘୋଷଣା କରାଯାଇଛି | କିଛି ଫୋନରେ ହ୍ଵାଟ୍ସଆପ ସପୋର୍ଟ କରିବ ନାହିଁ ବୋଲି କୁହାଯାଇଛି | ମିଳିଥିବା ସୂଚନା ମୁତାବକ ଆସନ୍ତା ଫେବୃଆରୀ ମାସ ୧ ତାରିଖରୁ କିଛି ସ୍ମାର୍ଟଫୋନରେ ଆଉ ସପୋର୍ଟ କରିବନି ହ୍ୱାଟ୍ସଆପ୍ । କାରଣ କ୍ରମାଗତ ଅପଡେଟ୍ ଜରିଆରେ ଅନେକ ନୂଆ ଫିଚର୍ସ କମ୍ପାନୀ ଆଣୁଛି କିଛି ଫୋନ ଗୁଡିକରେ ସପୋର୍ଟ କରିବ ନାହିଁ ।
/sambad/media/post_attachments/wp-content/uploads/2020/01/whatsapp_secure_messaging_mobile_phone_by_anton_cc0_via_pexels_1200x800-100754617-large-300x200.jpg)
ଯଦି ଆପଣଙ୍କ ପାଖରେ ମଧ୍ୟ ଏଭଳି ସ୍ମାର୍ଟଫୋନ୍ ଅଛି, ଆଉ ଆପଣ ହ୍ୱାଟ୍ସଆପର ବ୍ୟବହାର ଜାରି ରଖିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଆପଣଙ୍କର ମୋବାଇଲ୍ ଫୋନ୍ ବଦଳାଇବାକୁ ହେବ । ହ୍ୱାଟ୍ସଆପ ବ୍ୟବହାର କରିବା ପାଇଁ ଆପଣଙ୍କ ଫୋନରେ ଆଣ୍ଡ୍ରଏଡ ୪.୦.୩ ରୁ ଉପର ଆଣ୍ଡ୍ରଏଡ ଭର୍ସନ ଥିବା ଜରୁରୀ । ଯଦି ଆପଣ ଆଇଫୋନ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଖରେ ଆଇଓଏସ ୯ର ଉପର ଭର୍ସନ ଥିବା ଆବଶ୍ୟକ ।
ଯଦି ଆପଣଙ୍କ ଫୋନରେ ଏହି ଭର୍ସନ ଉପଲବ୍ଧ ନାହିଁ, ତେବେ ଆସନ୍ତା ଫେବୃଆରୀ ୧ ତାରିଖରୁ ଆପଣ ଆଉ ହ୍ୱାଟ୍ସଆପର ବ୍ୟବହାର କରିପାରିବେ ନାହିଁ । ପୂର୍ବରୁ ୱିଣ୍ଡୋଜସ୍ ସ୍ମାର୍ଟଫୋନ ଗୁଡିକ ପାଇଁ ହ୍ୱାଟ୍ସଆପ ସପୋର୍ଟ ବନ୍ଦ କରିଦେଇଛି କମ୍ପାନୀ । ଆଉ ଏବେ ଏହି ମୋବାଇଲ ଗୁଡିକରେ ଆଉ ଚାଲିବନି ହ୍ୱାଟ୍ସଆପ୍ । ଏଥିପାଇଁ ଆପଣ ସେଟିଙ୍ଗକୁ ଯାଇ ଫୋନରେ କେଉଁ ଆଣ୍ଡ୍ରଏଡ଼ ଭର୍ସନ ଅଛି ତାହା ପରଖି ନିଅନ୍ତୁ |