୧୯ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ୍‌କୁ ବନ୍ଦ କଲା ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍‌ସଆପ୍‌

ମୁମ୍ବାଇ: ଲୋକପ୍ରିୟ ମେସେଜିଂ ଆପ୍‌ ମଧ୍ୟରେ ହ୍ବାଟ୍‌ସଆପ୍‌ର ୧୦ ଲକ୍ଷ ଭାରତୀୟ ଆକାଉଣ୍ଟ୍‌କୁ ବ୍ୟାନ୍‌ କରାଯାଇଛି। ଏହି ଆପ୍‌ ପ୍ରତି ମାସ ଆଇଟି ନିୟମ ଅନୁଯାୟୀ ରିପୋର୍ଟ ରିଲିଜ୍‌ କରି ଆକାଉଣ୍ଟ୍‌ ସଂପର୍କିତ ତଥ୍ୟ ପ୍ରଦାନ କରିଥାଏ। ଆପ୍‌ ପକ୍ଷରୁ ମେ ମାସର ରିପୋର୍ଟରେ ଏହି ଲକ୍ଷ ଲକ୍ଷ ଭାରତୀୟ ଆକାଉଣ୍ଟ୍‌ ବ୍ୟାନ୍‌ ହେବା ସୂଚନା ଦିଆଯାଇଛି। ହ୍ବାଟ୍‌ସଆପ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କାରଣରୁ ଏହି ଆକାଉଣ୍ଟ୍‌ଗୁଡ଼ିକ ବନ୍ଦ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

ହ୍ବାଟ୍‌ସ୍‌ଆପ୍‌ର ‌ଅନେକ ପଲିସି ରହିଛି। ତାହାକୁ ଅବମାନନା କଲେ ବ୍ୟବହାରକାରୀଙ୍କ ଆକାଉଣ୍ଟ୍‌ ବ୍ୟାନ୍‌ ହୋଇଥାଏ। ଆପଣ ଜାଣନ୍ତି କି ହ୍ବାଟ୍‌ସଆପ୍‌ ପଲିସ୍‌ ଯଦି ଆପଣ ଠିକ୍‌ ଭାବରେ ନମାନନ୍ତି ଆପଣଙ୍କୁ ଜେଲ୍‌ ବି ହୋଇ ଯାଇପାରେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ‌ଯେ ଆପଣଙ୍କୁ ହ୍ବାଟ୍‌ସଆପ୍‌ରେ ମେସେଜ୍‌ ପଠାଇବା ପୂର୍ବରୁ କଣ୍ଟେଣ୍ଟ୍‌ ଉପରେ ଧ୍ୟା‌ନ ଦେବା ଜରୁରୀ। ଯଦି ଆପଣ କିଛି ହ୍ବାଟ୍‌ସଆପ୍‌ ଗ୍ରୁପ୍‌ର ଆଡ୍‌ମିନ୍‌ ଅଛନ୍ତି ତ ଆପଣଙ୍କ ଉପରେ ଦାୟିତ୍ବ ଭ‌ାର ଆହୁରି ଅଧିକ ବଢ଼ିଯିବ। ଆପଣଙ୍କୁ ନିଜ ପୋଷ୍ଟ୍‌ ସହିତ ଗ୍ରୁପ୍‌ର ‌ଅନ୍ୟ ସଦସ୍ୟମାନଙ୍କ ପୋଷ୍ଟ୍‌ ଉପରେ ବି ଧ୍ୟାନ ଦେବାକୁ ପଡ଼ିବ।

ଏପରି କିଛି ପୋଷ୍ଟ୍‌ ଥାଏ ଯାହା ସମାଜରେ ହିଂସା ଓ ଘୃଣା ପ୍ରଘଟ କରେ। ଏପରି ପୋଷ୍ଟ୍‌ରୁ ନିଜକୁ ଦୂରେଇ ରଖନ୍ତୁ। ହ୍ବାଟ୍‌ସଆପ୍‌ରେ ଯଦି ଆପଣ ଏଭଳି କଣ୍ଟେଣ୍ଟ୍‌ର କିଛି ପୋଷ୍ଟ୍‌ ସେୟାର କରୁଛନ୍ତି ତ ଆପଣଙ୍କ ଉପରେ ମାମଲା‌େ ରୁଜୁ ହୋଇପାରେ। ଏପରିକି ଆପଣ ଜେଲ୍‌ ବି ଯାଇପାରନ୍ତି। କେବଳ ସେତିକି ନୁହେଁ, କମ୍ପାନୀକୁ ଅଭିଯୋଗ ‌ହେଲେ ଗୋଟାଏ ମୁହୂର୍ତ୍ତରେ ଆପଣଙ୍କ ହ୍ବାଟ୍‌ସଆପ୍‌ ଆକାଉଣ୍ଟ୍‌ ବନ୍ଦ ହୋଇ ଯାଇପାରେ।

ସମ୍ବନ୍ଧିତ ଖବର