ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍ ପକ୍ଷରୁ ଚଳିତ ବର୍ଷ ଫେବ୍ରୁଆରିରେ ରେକର୍ଡ ୭୬ ଲକ୍ଷରୁ ଅଧିକ ଆକାଉଣ୍ଟ ନିଷିଦ୍ଧ କରାଯାଇଛି। ହ୍ବାଟସଆପ୍‌ରେ ଦୁର୍ବବ୍ୟବହାରକୁ ରୋକିବା ଏବଂ ଆଇଟି ନିୟମ ୨୦୨୧କୁ ପାଳନ କରି କମ୍ପାନି ଏହି ଆକାଉଣ୍ଟଗୁଡ଼ିକୁ ନିଷିଦ୍ଧ କରିଛି। କୌଣସି ବ୍ୟବହାରକାରୀ ଅଭିଯୋଗ କରିବା ପୂର୍ବରୁ କମ୍ପାନି ୧୪,୨୪,୦୦୦ ଆକାଉଣ୍ଟକୁ ବନ୍ଦ କରିଛି। ଚଳିତ ବର୍ଷ ଜାନୁଆରିରେ କମ୍ପାନି ୬୭,୨୮,୦୦୦ ଆକାଉଣ୍ଟକୁ ନିଷିଦ୍ଧ କରିଥିଲା। ସେଥିରୁ ୧୩,୫୮,୦୦୦ ଆକାଉଣ୍ଟକୁ କୌଣସି ବ୍ୟବହାରକାରୀ ଅଭିଯୋଗ କରିବା ପୂର୍ବରୁ ବନ୍ଦ କରାଯାଇଥିଲା।