ହ୍ଵାଟ୍‌ସଆପରେ ବେଶି ସମୟ ବିତାଇବା ଆପଣଙ୍କ ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ପ୍ରମାଣ ହୋଇପାରେ: ସର୍ଭେ

ମୁମ୍ବାଇ: ସୋସିଆଲ୍‌ ମିଡିଆରେ ବେଶି ସମୟ ବିତାଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ପୂର୍ବରୁ ଅନେକ ଖବର ପ୍ରକାଶ ପାଇଛି। ମାତ୍ର ନିକଟରେ ହୋଇଥିବା ଏକ ଗବେଷଣା ତା’ର ପରିପନ୍ଥୀ ତଥ୍ୟ ପ୍ରକାଶ କରିଛି। ହ୍ଵାଟ୍‌ସଆପ୍‌ ଓ ମେସେଞ୍ଜର ପରି ଆପ୍‌ଗୁଡ଼ିକରେ ଯେତେ ଅଧିକ ସମୟ ବିତାଇବା ତାହା ସ୍ୱାସ୍ଥ୍ୟ ପାଇଁ ସେତେ ଭଲ ବୋଲି ଗବେଷକ ମତ ରଖିଛନ୍ତି। ପ୍ରକୃତ କଥାଟି ହେଲା ଡିଜିଟାଲ୍‌ ପ୍ଲାଟଫର୍ମରେ ବେଶି ସମୟ ବିତାଇବା ମସ୍ତିଷ୍କ ପାଇଁ ଭଲ ସାବ୍ୟସ୍ତ ହୋଇଛି। ଏହା ବ୍ୟକ୍ତିର ଏକୁଟିଆ ପଣକୁ ଦୂର କରେ। ଏକାପଣ ଯୋଗୁଁ ସୃଷ୍ଟି ହେଉଥିବ ମାନସିକ ରୋଗ ଡିଜିଟାଲ୍‌ ପ୍ଲାଟଫର୍ମରେ ବେଶି ସମୟ ବିତାଉଥିବା ବ୍ୟକ୍ତିକୁ ଛୁଇଁପାରେ ନାହିଁ।

Medical Xpress

ଏହି ଗବେଷଣା ପାଇଁ ଗବେଷକମାନେ ୨୦୦ ଜଣ ବ୍ୟବହାରକାରୀଙ୍କୁ ସାମିଲ୍‌ କରିଥିଲେ। ୧୫୮ ଜଣ ମହିଳା ଓ ୪୨ ଜଣ ପୁରୁଷଙ୍କୁ ନେଇ ହୋଇଥିବା ଏହି ଗବେଷଣାରେ ମୁଖ୍ୟତଃ ୨୪ ବର୍ଷ ବୟସ୍କ ବ୍ୟବହାରକାରୀ ନଜର ଆସିଥିଲେ। ଏମାନେ ଦିନକୁ ଅତିକମ୍‌ରେ ୫୫ ମିନିଟ୍‌ ହ୍ଵାଟ୍‌ସଆପ୍‌ ବ୍ୟବହାରରେ ବିତାଇଥାଆନ୍ତି। ଏହା ଲୋକପ୍ରିୟତା ଓ ବନ୍ଧୁତା ସ୍ଥାପନ ପାଇଁ ଆବଶ୍ୟକ ବୋଲି ବ୍ୟବହାରକାରୀମାନେ ମତ ରଖିଥିଲେ।

ସମ୍ବନ୍ଧିତ ଖବର